Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

କଳା

ମୁଖ୍ୟ ଖବର

    ମରାଠି ଫିଲ୍ମ ନିର୍ମାଣ କରୁଛନ୍ତି ଜେନେଲିୟା

    Share on :
    Date: Jun 21, 2018    Views: 203

    ୨୦୧୨ରେ ବିବାହ କରିଥିଲେ ଜେନେଲିୟା ଡିସୋଜା ଓ ରିତେଶ ଦେଶମୁଖ । ସେହିବର୍ଷ ମୁକ୍ତିଲାଭ କରିଥିଲା ଦୁହେଁ ଏକତ୍ର ଅଭିନୟ କରିଥିବା ଚଳଚ୍ଚିତ୍ର ‘ତେରେ ନାଲ ଲଭ ହୋଗୟା’ । ତାହା ପରେ ଜେନେଲିୟା କୌଣସି ଫିଲ୍ମରେ ମୁଖ୍ୟ ଅଭିନେତ୍ରୀ ଭାବେ ଦେଖିବାକୁ ମିଳିନାହାନ୍ତି । କେବଳ ତିନୋଟି ଫିଲ୍ମରେ ଭୂମିକାରେ ଅତିଥି କଳାକାର ଭାବେ ଦେଖିବାକୁ ମିଳିଛନ୍ତି । ଶେଷଥର ପାଇଁ ୨୦୧୬ରେ ମୁକ୍ତିଲାଭ କରିଥିବା ‘ଫୋର୍ସ-୨’ରେ । ଏବେ ସେ ଅଭିନୟ ବଦଳରେ ମରାଠୀ ଫିଲ୍ମ ପ୍ରଯୋଜନାକୁ ଗୁରୁତ୍ୱ ଦେଉଛନ୍ତି । ୨୦୧୪ରେ ‘ଲୟଭାରୀ’ ନାମକ ମରାଠି ଫିଲ୍ମ ତିଆରି କରିଥିଲେ । ସେଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ତାଙ୍କ ପତି ରିତେଶ । ଜେନେଲିୟା ଅତିଥି କଳାକାର ଭାବେ ଅଭିନୟ କରିଥିଲେ । ଏବେ ସେ ‘ମୌଲୀ’ ନାମକ ଏକ ମରାଠୀ ଫିଲ୍ମ ନିର୍ମାଣରେ ବ୍ୟସ୍ତ ଅଛନ୍ତି । 

     

    Maximum 500 characters

    କଳା View all

    Find Us on Facebook