Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଅନୁକୃତି ବାସ ଫେମିନା ମିସ୍ ଇଣ୍ଡିଆ

    Share on :
    Date: Jun 21, 2018    Views: 169

    ତାମିଲନାଡ଼ୁର ଯୁବତୀ ତଥା ଚେନ୍ନାଇ ଲୋୟେଲୋ କଲେଜ ଛାତ୍ରୀ ଉଣେଇଶ ବର୍ଷ ବୟସ୍କା ଅନୁକୃତି ବାସ, ଏଫ୍ବିବି କଲର୍ସ ‘ଫେମିନା ମିସ ଇଣ୍ଡିଆ -୨୦୧୮’ ମୁକୁଟ ବିଜୟିନୀ ହୋଇଛନ୍ତି । ହରିୟାଣାର ମିନାକ୍ଷୀ ଚୌଧୁରୀ ପ୍ରଥମ ରନର୍ସ ଅପ ହୋଇଥିବା ବେଳେ ଆନ୍ଧ୍ରପ୍ରଦେଶର ଶ୍ରେୟା ରାଓଙ୍କୁ ମିଳିଛି ଦ୍ୱିତୀୟ ରନର୍ସ ଅପ ମୁକୁଟ । ମୁମ୍ବାଇର ପ୍ରସିଦ୍ଧ ଏଂଟରଟେନମେଂଟ ହାଉସ ‘ଡୋମ’ ପରିସରରେ ଫେମିନାା ମିସ୍ ଇଣ୍ଡିଆର ୫୫ତମ ସଂସ୍କାରଣର ଚୂଡ଼ାନ୍ତ ପର୍ଯ୍ୟାୟ ଆୟୋଜିତ ହୋଇଥିଲା । ଭାରତରୁ ଭାଗ ନେଇଥିବା ମୋଟ ୩୦ ସୁନ୍ଦରୀ ତରୁଣୀଙ୍କୁ ପଛରେ ପକାଇ ଅନୁକୃତି ମିସ୍ ଇଣ୍ଡିଆ -୨୦୧୮ ହେବାର ଗୌରବ ଅର୍ଜନ କରିଛନ୍ତି । ୨୦୧୭ର ବିଶ୍ୱ ସୁନ୍ଦରୀ ଭାବେ ଭାରତର ମାନୁଷୀ ଛିଲ୍ଲର ଅନୁକୃତିଙ୍କୁ ମିସ ଇଣ୍ଡିଆ ମୁକୁଟ ପିନ୍ଧାଇଥିଲେ । ଅନୁକୃତି ଚୀନରେ ଆୟୋଜିତ ହେବାକୁ ଥିବା ବିଶ୍ୱସୁନ୍ଦରୀ ପ୍ରତିଯୋଗିତାରେ ଭାରତରୁ ପ୍ରତିନିଧିତ୍ୱ କରିବେ । 

    Maximum 500 characters

    ବିଶେଷ View all

    Find Us on Facebook