Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ନିଜର ସୁରକ୍ଷା ପାଇଁ ବନ୍ଧୁକ ଲାଇନ୍ସେ ଆବେଦନ କଲେ ସାକ୍ଷୀ

    Share on :
    Date: Jun 21, 2018    Views: 90

    ରାଂଚି: ଟିମ୍ ଇଣ୍ଡିଆର କ୍ୟାପଟେନ କୁଲ ଭାବେ ପରିଚିତ ମହେନ୍ଦ୍ର ସିଂ ଧୋନିଙ୍କ ପତ୍ନୀ ସାକ୍ଷୀ ଧୋନି ଏବେ ଚର୍ଚ୍ଚାକୁ ଆସିଛନ୍ତି । ନିଜର ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସେ ବନ୍ଧୁକ ଲାଇସେନ୍ସ ପାଇଁ ଆବେଦନ କରିଛନ୍ତି । ସେ ଆବେଦନପତ୍ରରେ ଦର୍ଶାଇଛନ୍ତି ଯେ, ଅଧିକାଂଶ ସମୟରେ ଘରେ ଏକୁଟିଆ ରହୁଛନ୍ତି ଓ ଅନେକ ସମୟରେ ଏକୁଟିଆ ଯାତ୍ରା କରୁଥିବାରୁ ତାଙ୍କର ଜୀବନ ପ୍ରତି ବିପଦ ରହିଛି । ତେଣୁ ନିଜର ସୁରକ୍ଷା ପାଇଁ ତାଙ୍କୁ ବନ୍ଧୁକ ରଖିବାକୁ ଲାଇସେନ୍ସ ପ୍ରଦାନ କରାଯାଉ । ସେ .୩୨ ବନ୍ଧୁକ ଲାଇସେନ୍ସ ନେବାକୁ ଚାହିଁଛନ୍ତି । ଅପରପକ୍ଷରେ ପତି ମହେନ୍ଦ୍ର ସିଂ ଧୋନି ୨୦୧୦ରୁ ନିଜ ନାଁରେ ବନ୍ଧୁକ ଲାଇସେନ୍ସ ନେଇସାରିଛନ୍ତି । ସେ ୯ ଏମଏମ ବନ୍ଧୁକ ଲାଇସେନ୍ସ ନେଇଛନ୍ତି । ତେବେ ଧୋନି ସଂପ୍ରତି ଝାଡ଼ଖଣ୍ଡ ସରକାରଙ୍କ ପକ୍ଷରୁ ତାଙ୍କୁ ବ୍ୟକ୍ତିଗତ ଭାବେ ୱାଇ ଶ୍ରେଣୀୟ ସୁରକ୍ଷା ଯୋଗାଇ ଦିଆଯାଉଛି । ତାଙ୍କ ଘରକୁ ପୁଲିସ୍ କର୍ମଚାରୀ ବର୍ଷସାରା ଜଗି ରହିଛନ୍ତି । 

    Maximum 500 characters

    ଖେଳ ଖବର View all

    Find Us on Facebook