Jul 17, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ପୁଣି ରୋନାଲ୍ଡୋ ରାଜ

    Share on :
    Date: Jun 21, 2018    Views: 41

    ମସ୍କୋ: ଫିପା ବିଶ୍ୱକପରେ ପୁଣି ରୋନାଲ୍ଡୋ ନିଜର ରାଜୁତି ଜାହିର କରିଛନ୍ତି । ଏକ ରୋମାଂଚକର ମ୍ୟାଚରେ ପର୍ତୁଗାଲର ମହାନ ତାରକା କି୍ରଷ୍ଟିଆନ ରୋନାଲ୍ଡୋ ମରକୋ୍କୁ ବିଶ୍ୱକପରୁ ବିଦା କରିଦେଇଛନ୍ତି । ଶକ୍ତିଶାଳୀ ସ୍ପେନ ବିରୋଧରେ ହ୍ୟାଟି୍ରକ ଗୋଲ ଅର୍ଜନ କରି ନିଜର ଅଭିଯାନ ଆରମ୍ଭ କରିଥିବା ରୋନାଲ୍ଡୋ ମରକ୍କୋ ବିରୋଧରେ ଏକ ଚମକ୍ରାର ଗୋଲ ଦେଇଛନ୍ତି । ତାଙ୍କର ଚତୁର୍ଥ ମିନିଟ୍ ଗୋଲ ବଳରେ ମରକ୍କୋକୁ ୧-୦ ଗୋଲରେ ହରାଇ ପର୍ତୁଗାଲ ପି୍ରକ୍ୱାର୍ଟର ଯିବାର ଦ୍ୱାରଦେଶରେ ପହଁଚିଯାଇଛି । ପର୍ତୁଗାଲ ମୋଟ ୪ପଏଂଟ ପାାଇ ନିଜ ଗ୍ରୁପର ଶୀର୍ଷରେ ପହଁଚିଛି । ପର୍ତୁଗାଲକୁ ପ୍ରଥମ ବିଜୟ ଦେଇଥିବା ରୋନାଲ୍ଡୋ ନିଜର ନୂଆ କୀର୍ତିମାନର ଅଧିକାରୀ ଦେଇଛନ୍ତି । ହଙ୍ଗେରୀର ଫେରେନ୍ସ ପୁସକାସଙ୍କୁ ପଛରେ ପକାଇ ସେ ୟୁରୋପର ସର୍ବାଧିକ ଗୋଲସ୍କୋରର ହୋଇଛନ୍ତି । ଅନ୍ତର୍ଜାତୀୟ ଗୋଲ ସ୍କୋରରଙ୍କ ସ୍ଥାନରେ ରୋନାଲ୍ଡୋ ବର୍ତମାନ କେବଳ ଇରାନର ଅଲ୍ଲୀ ଦାଏ (୧୦୯)ଙ୍କ ପଛରେ ରହିଛନ୍ତି । ମସ୍କୋରେ ଖେଳାଯାଇଥିବା ଏହି ମ୍ୟାଚରେ ପର୍ତୁଗାଲର ପଲ୍ଲା ଆରମ୍ଭରୁ ଭାରି ରହିଥିଲା । ପ୍ରଥମାର୍ଦ୍ଧ ସୁଦ୍ଧା ମଧ୍ୟ ଏହି ସ୍ଥିତି ଅପରିବର୍ତିତ ରହିଥିଲା । ଦ୍ୱିତୀୟାର୍ଦ୍ଧରେ ମରକୋ ରକ୍ଷଣଭାଗ ଖେଳାଳିମାନେ ପର୍ତୁଗାଲକୁ ଆଉ ଗୋଲ କରିବାକୁ ଦେଇନଥିଲେ । ହେଲେ ପ୍ରଥମାର୍ଦ୍ଧ ଗୋଲକୁ ମଧ୍ୟ ଶୁଝିପାରିନଥିଲା । 

    Maximum 500 characters

    ଖେଳ ଖବର View all

    Find Us on Facebook