Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ପ୍ରଧାନମନ୍ତ୍ରୀଙ୍କୁ ନବୀନଙ୍କ ଚିଠି, ହକିକୁ ଜାତୀୟ ଖେଳର ମାନ୍ୟତା ନେଇ ବିଜ୍ଞପ୍ତି ପ୍ରକାଶ ହେଉ

    Share on :
    Date: Jun 20, 2018    Views: 179

    ଭୁବନେଶ୍ୱର : ହକି ହେଉଛି ଆମ ଜାତୀୟ ଖେଳ  । ହେଲେ ଏଯାଏଁ ହକିକୁ ଜାତୀୟ ଖେଳ ମାନ୍ୟତା ଦେବା ସଂକ୍ରାନ୍ତରେ ଭାରତ ସରକାର କେବେ ବି ବିଜ୍ଞପ୍ତି ପ୍ରକାଶ କରିନାହାନ୍ତି  । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବେଗ ପ୍ରକାଶ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି  । ହକିକୁ ଜାତୀୟ ଖେଳର ମାନ୍ୟତା ନେଇ ବିଜ୍ଞପ୍ତି ପ୍ରକାଶ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ନବୀନ ଦାବି କରିଛନ୍ତି  ।

    ପ୍ରଧାନମନ୍ତ୍ରୀଙ୍କୁ ଏନେଇ ଲେଖିଥିବା ପତ୍ରରେ ନବୀନ ଉଲ୍ଲେଖ କରିଛନ୍ତିଯେ, ଅଲମ୍ପିକରେ ସ୍ୱର୍ଣ୍ଣ ପଦକ ଜିତିବା ଏକ ଗର୍ବର ମୁହୂର୍ତ  ।  ଯେତେବେଳେକି ବିଶ୍ୱରେ ଜାତୀୟ ସଂଗୀତ ଗାନ ସହ ଜାତୀୟ ପତାକା ଉଡ଼ିଥାଏ  । ୧୯୪୮ରେ ଲଣ୍ଡନ ଅଲମ୍ପିକ୍ସରେ ଭାରତର ଜାତୀୟ ହକି ଦଳ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇ ଦେଶ ପାଇଁ ଯଶ ଅର୍ଜନ କରିଥିଲା  । ଗ୍ରେଟ ବି୍ରଟେନକୁ ପରାସ୍ତ କରି ଭାରତ ହକି ସ୍ୱର୍ଣ୍ଣ ପଦକ ବିଜେତା ହେବା ପରେ ୩୩ କୋଟି ଲୋକ ଖୁସିରେ ଆତ୍ମହରା ହୋଇଯାଇଥିଲେ  । ୧୯୪୭ ପୂର୍ବରୁ ହାରିବା ଭୟରେ ଗ୍ରେଟବି୍ରଟେନ ଭାରତ ସହ ଖେଳିବାକୁ ରାଜି ହେଉନଥିଲା  । ୧୯୮୦ ଦଶକ ପର୍ଯ୍ୟନ୍ତ ହକି ହିଁ ଅନ୍ତର୍ଜାତୀୟ କ୍ରୀଡ଼ା କ୍ଷେତ୍ରରେ ଭାରତକୁ ପରିଚୟ ଦେଇପାରିଥିଲା  । ହକି ଭାରତୀୟଙ୍କ ମାନସିକତାର ଏକ ଅଂଶ ହୋଇ ରହିଯାଇଛି । ବିଭିନ୍ନ ସମାଜ ହେଉ ଅବା ଧର୍ମ, ଗାଁ ହେଉ ଅବା ସହର ସବୁଠି ହକି ବେଶ ଲୋକପ୍ରିୟ  । ଓଡ଼ିଶା, ଝାରଖଣ୍ଡ ଓ ଛତିଶଗଡ଼ର ଆଦିବାସୀ ଅଂଚଳରେ ହକି ଜୀବନର ଏକ ମାଧ୍ୟମ ପାଲଟିଛି  । ପ୍ରଥମ ଥର ପାଇଁ ପାଂଚବର୍ଷ ନିମନ୍ତେ ଓଡ଼ିଶା ଜାତୀୟ ହକି ଟିମର ପ୍ରାୟୋଜକ ହୋଇଛି  । ଆସନ୍ତା ନଭେମ୍ବରରେ ଓଡ଼ିଶାରେ ହକି ବିଶ୍ୱକପ ଅନୁଷ୍ଠିତ ହେବ  । ଏସଂକ୍ରାନ୍ତରେ ସମୀକ୍ଷା କରିବା ବେଳେ ହକିକୁ ଜାତୀୟ ଖେଳର ମାନ୍ୟତା ନେଇ କେବେବି ବିଜ୍ଞପ୍ତି ପ୍ରକାଶ ପାଇନଥିବା ଜାଣିବାକୁ ପାଇଥିଲେ  । ଯାହାକି ତାଙ୍କୁ ଆଶ୍ଚର୍ଯ୍ୟ କରିଛି  ।  ଦେଶର କୋଟି କୋଟି ହକି ପ୍ରେମୀ ଥିବାବେଳେ ଜାତୀୟ ଖେଳ ମାନ୍ୟତା ପାଇବା ପାଇଁ ହକିର ହିଁ ଯୋଗ୍ୟତା ରହିଛି  । ଏନେଇ ଭାରତ ସରକାର ହକିକୁ ଜାତୀୟ ଖେଳର ମାନ୍ୟତା ନେଇ ବିଜ୍ଞପ୍ତି ପ୍ରକାଶ କରିବା ଉଚିତ  । ଯାହାଫଳରେ ଭାରତ ପାଇଁ ଗୌରବ ଆଣିଦେଇଥିବା ମହାନ ହକି ଖେଳାଳୀଙ୍କ ପାଇଁ ତାହା ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳୀ ହେବା ସହ ଆମର ଆଗାମୀ ପୀଢ଼ିକୁ ଏହା ଉତ୍ସାହିତ କରିବ ବୋଲି ନବୀନ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି  ।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook