Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ସର୍ବକ୍ଷମା ଯୋଜନାରେ କ’ଣ ରହିଛି ପ୍ରାବଧାନ ?

    Share on :
    Date: Jun 20, 2018    Views: 2087

    ଭୁବନେଶ୍ୱର : ରାଜ୍ୟ ସରକାର ଆଜି ସର୍ବକ୍ଷମା ଯୋଜନା ଘୋଷଣା କରିଛନ୍ତି  । ସର୍ବକ୍ଷମା ଯୋଜନାରେ ବିନାନୁମୋଦନରେ ହୋଇଥିବା ଗୃହ କାର୍ଯ୍ୟ ଅନୁମୋଦିତ ହୋଇପାରିବ  । ନିର୍ଦ୍ଧିଷ୍ଟ ଅର୍ଥ ପ୍ରଦାନ କରି ଜନସାଧାରଣ ଏହି ଯୋଜନାରେ ଲାଭବାନ ହୋଇପାରିବେ ବୋଲି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ ସୂଚନା ଦେଇଛନ୍ତି  । ଆସନ୍ତୁ ଜାଣିବା ଏହି ଯୋଜନା କ’ଣ ଓ ଏହାଦ୍ୱାରା କି ସୁଫଳ ମିଳିପାରିବ  ।
    ୧. ବିନାନୁମୋଦନରେ ନିର୍ମାଣ କରିଥିବା କୌଣସି ନାଗରିକ ସର୍ବକ୍ଷମା ଯୋଜନାରେ ଅନୁମୋଦନ କରିବା ପାଇଁ ସଂପୃକ୍ତ ଉନ୍ନୟନ କର୍ତୃପକ୍ଷଙ୍କ ପାଖରେ ଉଦ୍ଧିଷ୍ଟ ଫର୍ମରେ ନିର୍ଦ୍ଧିଷ୍ଟ ଦେୟ ପଇଠ କରି ଦରଖାସ୍ତ କରିପାରିବେ  ।
    ୨. ଏହି ଯୋଜନାଭୁକ୍ତ ହେବା ପାଇଁ ଗୃହ ନିର୍ମାଣ ଯୋଜନାର ଚାରିକିତା ନକଲ, ନିର୍ମାଣ କାର୍ଯ୍ୟର ବିବରଣୀ ସହ ଦାଖଲ ହେବ  । ଏଥିସହିତ ଏନଓସି, ଯଥା; ଅଗ୍ନିଶମ ବିଭାଗର ନିରାପତା ପ୍ରମାଣ ପତ୍ର ଯାହାକି ପ୍ଲାନିଂ ଆଣ୍ଡ ବିଲଡ଼ିଂ ଷ୍ଟାଣ୍ଡାଡର଼୍ସ ରେଗୁଲେସେନ ଦ୍ୱାରା ଆଧାରିତ, ଦାଖଲ କରିବାକୁ ହେବ  ।
    ୩. ବୃହତ ନିର୍ମାଣ କ୍ଷେତ୍ରରେ ପୌର ସଂସ୍ଥାମାନଙ୍କ ଠାରୁ ପାରିପାଶ୍ୱିର୍କ ଭିତିଭୂମି ଉନ୍ନତିକରଣ ଅନ୍ତର୍ଗତ ଏନଓସି ପାଇବା ପାଇଁ ଧାର୍ଯ୍ୟ କରାଯାଇଛି  । ଯାହାକି ଆବଶ୍ୟକୀୟ ଦରଖାସ୍ତ ସହିତ ଦାଖଲ କରିବାକୁ ପଡ଼ିବ  । ଯଦି ଦରଖାସ୍ତକାରୀ ନିଜ ଘରକୁ ଜିରୋ ସେଟ ବ୍ୟାକରେ ଅନୁମୋଦିତ କରିବାକୁ ଚାହୁଁଥା’ନ୍ତି ତେବେ ବ୍ୟକ୍ତିବିଶେଷଙ୍କ ପଡେ଼ାଶୀଙ୍କ ଠାରୁ ଏନଓସି ଆଣିବାକୁ ପଡ଼ିବ  ।
    ୪. ୩୦୦ ବର୍ଗମିଟର ପର୍ଯ୍ୟନ୍ତ ପ୍ଲଟର ନିୟମିତିକରଣ ପାଇଁ ପଡେ଼ାଶୀଙ୍କ ଏନଓସି ନଥିଲେ ମଧ୍ୟ ବିଚାରକୁ ନିଆଯିବ  ।
    ୫. ବାସସ୍ଥାନଭିତିକ ଅନୁଚ୍ଚ ଅଟ୍ଟାଳିକା, ଯେଉଁଥିରେ ପ୍ଲଟ ସାଇଜ ୩୦୦ ବର୍ଗମିଟର ହୋଇଥିବ ସେଥିରେ ଗ୍ରାଉଣ୍ଡ କଭରେଜ ୧୦୦% ହେଲେ ମଧ୍ୟ ସେଟ ବ୍ୟାକ୍ ଓ ପାର୍କିଂ ଆଦିରେ କିଛି ତାରତମ୍ୟ ଥିଲେ ଏହିପରି ମାମଲାରେ ଦେୟ ପୈଠକରି ନିୟମିତ କରାଯାଇପାରିବ  ।

    ୬. ବାସସ୍ଥାନଭିତିକ ଗୃହ, ଯାହାକି ଉଚ୍ଚ ଅଟ୍ଟାଳିକା ନୁହେଁ ମାତ୍ର ପ୍ଲଟ ଏରିଆ ୩୦୦ ବର୍ଗମିଟରରୁ ଅଧିକ ଓ ଗ୍ରାଉଣ୍ଡ କଭରେଜ ୭୫% ପର୍ଯ୍ୟନ୍ତ ଥିବ ସେକ୍ଷେତ୍ରରେ ସେଟ ବ୍ୟାକ ଓ ପାର୍କିଂ ନିୟମାବଳୀକୁ କୋହଳ କରି ନିୟମିତିକରଣ କରାଯାଇପାରିବ  ।

    ସ୍ୱାସ୍ଥ୍ୟସେବା ସହିତ ଜଡ଼ିତ ସଂସ୍ଥାମାନଙ୍କ ଦ୍ୱାରା ନିର୍ମିତ କୋଠାଗୁଡ଼ିକ ପାଇଁ ଏହି ସର୍ବକ୍ଷମା ଯୋଜନାରେ ଅନେକ କୋହଳ ମାପଦଣ୍ଡର ବ୍ୟବସ୍ଥା କରାଯାଇଛି  ।
    କ. ୨୦୦ ବର୍ଗ ମିଟରରୁ ୧୦୦୦ ବର୍ଗମିଟର ପ୍ଲଟ ସାଇଜ ଥିବା ଅନୁଷ୍ଠାନ ପାଇଁ ଆପ୍ରୋଚ ରୋଡ଼ ୬ ମିଟର ଚଉଡ଼ା ହେବା ଦରକାର
    ଖ. ଯେଉଁ ଅନୁଷ୍ଠାନରେ ଆପ୍ରୋଚ ରୋଡ଼ ୬ ମିଟର ଉଚ୍ଚତା ସାଧାରଣ ସଡ଼କର ବ୍ୟବସ୍ଥା ରହିଛି ସେ କ୍ଷେତ୍ରରେ ସାମ୍ନା ସେଟ ବ୍ୟାକ ଉପରେ କୌଣସି ବାଧ୍ୟକତା ରହିବ ନାହିଁ  ।
    ଗ. ଅତି କମରେ ଗୋଟିଏ ଦିଗରେ ସେଟ ବ୍ୟାକ (ପାଚେରୀରୁ କାନ୍ଥର ଦୂରତା) ପଛପଟର ସେଟ ବ୍ୟାକ ଛାଡ଼ି ସଂପୃକ୍ତ ଉନ୍ନୟନ କର୍ତୃପକ୍ଷଙ୍କର ପ୍ଲାନିଂ ଆଣ୍ଡ ବୋଡର଼୍ର ନିୟମ ଅନୁସାରେ ହେବା ବା‚ନୀୟ  ।
    ଘ. ଯେଉଁଠି ସାଧାରଣ ସଡ଼କ ୩ ମିଟର ଚଉଡ଼ା ଥିବ କିମ୍ବା ୬ ମିଟର ଚଉଡ଼ାର ରାସ୍ତା ପ୍ଲଟର ପଛପଟେ ଥିବ ସେଠାରେ ଖୋଲାଥିବା ଜାଗା ଆପଦକାଳୀନ ବ୍ୟବସ୍ଥା ପାଇଁ କୋହଳ କରାଯିବ  ।
    ଙ. ଉଚ୍ଚ ଅଟ୍ଟାଳିକା ହୋଇନଥାଇ ପ୍ଲଟର ଆକାର ୧୦୦୦ ବର୍ଗମିଟରରୁ ଅଧିକ ଥିଲେ, ଗୋଟିଏ ପାଶ୍ୱର୍ରେ ସାଧାରଣ ରାସ୍ତା ଅତିକମରେ ୪.୫ ମିଟର ଚଉଡ଼ା ହୋଇଥିବାବେଳେ ପଛ ପାଶ୍ୱର୍ରେ ୬ ମିଟର ଚଉଡ଼ା ଥିଲେ ତାହା ଖୋଲା ଜାଗା/ସେଟ ବ୍ୟାକ୍ ହିସାବରେ ଆପଦକାଳୀନ ବ୍ୟବହାର ପାଇଁ କୋହଳ କରାଯାଇପାରିବ  ।
    ଚ. ୧୮ ମିଟର ଉଚ୍ଚ ଅଟ୍ଟାଳିକାରେ ଥିବା ଅନୁଷ୍ଠାନ ପାଇଁ ସଂଶ୍ଲିଷ୍ଟ ରାସ୍ତା ୯ ମିଟର ଚଉଡ଼ା ହେବା ଉଚିତ ଏବଂ ୧୮ ମିଟରରୁ ଅଧିକ ଉଚ୍ଚ ଅନୁଷ୍ଠାନ ପାଇଁ ୧୨ ମିଟର ହେବା ଦରକାର  । 

    ୭. ଯଦି ସର୍ବନିମ୍ନ କୁ୍ୟମୁଲିଟିଭ ସେଟ ଆବଶ୍ୟକ, ଉଭୟ ବିପରୀତ ସେଟ ବ୍ୟାକର ଦୁଇ ତୃତୀୟାଂଶ ଉଭୟ ପାଶ୍ୱର୍ରେ ଥିବ ଏବଂ ପାର୍କିଂ ଆବଶ୍ୟକତା ୫୦% ପୂରଣ କରିବା ସହିତ ରେସିଡେଂଟ ୱେଲଫେୟାର ଆସୋସିଏସନର ସହମତି ନେଇଥିବ ତେବେ ବାସସ୍ଥାନଭିତିକ ଆପାର୍ଟମେଂଟ ଅନୁମୋଦିତ ହୋଇପାରିବ  ।
    ୮. ବାସସ୍ଥାନ ପାଇଁ ଉଦ୍ଧିଷ୍ଟ (ଅନୁଚ୍ଚ ଅଟ୍ଟାଳିକା) କ୍ଷେତ୍ରରେ ସିଡ଼ିଘର ଏବଂ ବାରଣ୍ଡା ଚଉଡ଼ା ସଂକ୍ରାନ୍ତୀୟ ନିମୟ ସମ୍ପୂର୍ଣ୍ଣ କୋହଳ କରାଯାଇଛି  । କିନ୍ତୁ ଆପାର୍ଟମେଂଟ ଏବଂ ସ୍ୱତନ୍ତ୍ର କୋଠା କ୍ଷେତ୍ରରେ ଏହାକୁ କେତେକାଂଶରେ କୋହଳ କରାଯାଇଛି  ।

    ୯. ଅଗ୍ନିଶମ ସମ୍ପର୍କିତ ସ୍ଥାପନା ଯଥା, ଭୂତଳ ଜଳ ଟାଙ୍କି ଏବଂ ଛାତ ଉପର ଟାଙ୍କି ରଖିବା ଆଇନ ଅନୁସାରେ ଅନୁସୃତ ହେବା ବା‚ନୀୟ  । ଉଚ୍ଚ ଅଟ୍ଟାଳିକାମାନଙ୍କ କ୍ଷେତ୍ରରେ ସେଟ ବ୍ୟାକ ସଂକ୍ରାନ୍ତୀୟ କୋହଳ ଆଭିମୁଖ୍ୟ ଗ୍ରହଣ କରିବା ସହିତ ପାର୍କିଂ କ୍ଷେତ୍ରରେ ନିୟମ ୨୫% କୋହଳ କରାଯାଇଛି  ।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook