ମୁଖ୍ୟ ଖବର
ଶ୍ରୀନଗର : ମେଂଟ ସରକାରରୁ ବିଜେପି ଓହରିଯିବା ପରେ ଜାମ୍ମୁକାଶ୍ମୀର ରାଜନୀତି ସରଗରମ ହୋଇପଡ଼ିଛି । ବିଜେପି ମେଂଟରୁ ଓହରିଯିବା ନେଇ ଘୋଷଣା କରିବାର କିଛି ସମୟ ମଧ୍ୟରେ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଇସ୍ତଫା ଦେଇଛନ୍ତି । ବିଜେପି ରାଜ୍ୟପାଳ ଶାସନ ପାଇଁ ଦାବି କରିଥିବାବେଳେ ମୁଫତି ରାଜ୍ୟପାଳଙ୍କ ନିକଟକୁ ନିଜର ଇସ୍ତଫା ପତ୍ର ପଠାଇ ଦେଇଛନ୍ତି ।
ଏବେ ଜାମ୍ମୁକାଶ୍ମୀର ବିଧାନସଭାରେ ପିଡ଼ିପିର ସର୍ବାଧିକ ୨୮, ବିଜେପିର ୨୫, କଂଗ୍ରେସର ୧୨, ନାସନାଲ କନଫେରେନ୍ସର ୧୫, ସିପିଆଇ ୧, ସ୍ୱାଧୀନ ୩, ଜାମ୍ମୁକାଶ୍ମୀର ପିପୁଲସ କନଫେରେନ୍ସ ୨, ଜାମ୍ମୁକାଶ୍ମୀର ପିପୁଲସ ଡେମୋକ୍ରାଟିକ ଫ୍ରଂଟ ୧ ଆସନ ପାଇଛି । ତେବେ ରାଜ୍ୟପାଳ ଶାସନ ଜାରି ହେବା ପୂର୍ବରୁ ନୂଆ ସରକାର ଗଢ଼ିବା ନେଇ କଂଗ୍ରେସ, ଏନସି ମଧ୍ୟ ଉଦ୍ୟମ ଆରମ୍ଭ କରିଛି । ଯଦି କଂଗ୍ରେସ ପିଡ଼ିପିକୁ ସମର୍ଥନ ଦିଏ ଓ ଅନ୍ୟ ଦଳ ଏବଂ ସ୍ୱାଧୀନ ବିଧାୟକମାନେ ସହଯୋଗ କରନ୍ତି ତେବେ ନୂଆ ସରକାର ଗଢ଼ିବାର ସମ୍ଭାବନା ରହିଛି ।
Comments ସମସ୍ତ ମତାମତ 0