Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଜାମ୍ମୁକାଶ୍ମୀରରେ ଭାଙ୍ଗିଲା ବିଜେପି-ପିଡିପି ମେଂଟ

    Share on :
    Date: Jun 19, 2018    Views: 4871

    ନୂଆଦିଲ୍ଲୀ : ଜାମ୍ମୁକାଶ୍ମୀରରେ ବିଜେପି ଓ ପିଡିପି ମେଂଟ ଭାଙ୍ଗିଯାଇଛି  । ଫଳରେ ଆନ୍ଧ୍ର ପରେ ଏନଡ଼ିଏ ହାତରୁ ଜାମ୍ମୁକାଶ୍ମୀର ଖସି ଆସିଛି  । ତେବେ ବିଜେପି ନିଜ ଆଡ଼ୁ ମେଂଟରୁ ଓହରି ଯାଇଛି  । ଜାମ୍ମୁକାଶ୍ମୀର ପିଡ଼ିପି ସରକାରଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ ହୋଇ ବିଜେପି ମେଂଟରୁ ବାହାରିଯାଇଛି  । ବିଶେଷକରି ଜାମ୍ମୁକାଶ୍ମୀରରେ ଆତଙ୍କବାଦୀ ଓ ବିଚ୍ଛନ୍ନତାବାଦୀ କାର୍ଯ୍ୟକଳାପ ବଢ଼ି ଚାଲିଥିବାବେଳେ ପିଡ଼ିପି ସେମାନଙ୍କୁ ପରୋକ୍ଷରେ ସହଯୋଗ କରୁଥିବା ନେଇ ବିଜେପି ଅଭିଯୋଗ ବାଢ଼ିଛି  । ବିଜେପି ସମର୍ଥନ ପ୍ରତ୍ୟାହାର କରିବା ପରେ ପିଡ଼ିପି ସରକାର ଭାଙ୍ଗିଯିବା ନେଇ ଆଶଙ୍କା ପ୍ରକାଶ ପାଇଛି  । ବିଜେପି ମଧ୍ୟ ଜାମ୍ମୁକାଶ୍ମୀରରେ ରାଜ୍ୟପାଳ ଶାସନ ଲାଗୁ ପାଇଁ ଦାବି କରିଛି  ।

    ସୂଚନାଯୋଗ୍ୟଯେ, ଗତ କିଛି ମାସ ଧରି ପିଡ଼ିପି ଓ ବିଜେପି ମଧ୍ୟରେ ମତଭେଦ ପରିଲକ୍ଷିତ ହୋଇ ଆସୁଥିଲା  । ଉଭୟ ପକ୍ଷ ନିଜ ନିଜର ଆଭିମୁଖ୍ୟ ଓ ଆଦର୍ଶରେ ଅଟଳ ରହୁଥିବାରୁ ସମାଧାନର ବାଟ ଫିଟୁ ପାରୁନଥିଲା  । ଦୀର୍ଘଦିନ ଧରି ପିଡ଼ିପି-ବିଜେପି ନେତାଙ୍କ ମଧ୍ୟରେ ମାନମନାନ୍ତର ଥିବାବେଳେ ଅମିତ ଶାହା ବିଜେପିର ନେତା ଓ ମନ୍ତ୍ରୀମାନଙ୍କୁ ନୂଆଦିଲ୍ଲୀ ଡକାଇ ଆଲୋଚନା କରିଥିଲେ  । ବିଜେପି ନେତା ଓ ମନ୍ତ୍ରୀଙ୍କ ସହ ଆଲୋଚନା ପରେ ବିଜେପି ମେଂଟରୁ ଓହରିଯିବା ନେଇ ଘୋଷଣା କରିଛି  । 

     

    Maximum 500 characters

    ଅଧିକ ମତାମତ

    BJP BOHAT CHALAK HE ESLIYE PDP SE GANTH BANDHAN TODKE GAME PLAN BANA RAHA HE . DHIRE DHIRE SAB JAGAH SE MENT TODEGA OR PHIR HAAR JAYEGA 2019 KO BJP HAR KA SAMNA KARNA HOGA .

    Lulu Bindas

    Jun 19, 2018

    Very good .

    Jagadish ch patra

    Jun 19, 2018

    ଦେଶ ବିଦେଶ View all

    Find Us on Facebook