Jul 17, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ପ୍ରଧାନମନ୍ତ୍ରୀଙ୍କୁ ନବୀନ ଲେଖିଲେ ପତ୍ର

    Share on :
    Date: Jun 18, 2018    Views: 1791


    ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପାଇଁ ଦାବି
    କୃଷି ଋଣ ଛାଡ଼ ପାଇଁ ଆସୁ ଜାତୀୟ ନୀତି
    ରାଜ୍ୟର ଉଦବେଗ ପ୍ରତି ଦୃଷ୍ଟି ଦେଲେ ଆୟୂଷ୍ମାନ ଭାରତରେ ସାମିଲ ହେବୁ

    ଭୁବନେଶ୍ୱର (ଓଡ଼ିଆ ସ୍ପଟ ନୁ୍ୟଜ) : ନୀତି ଆୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଦାବି ଉପସ୍ଥାପନ କରିଛନ୍ତି  । ଅନ୍ୟ କାର୍ଯ୍ୟବ୍ୟସ୍ତତା ଯୋଗୁଁ ମୁଖ୍ୟମନ୍ତ୍ରୀ ନୀତି ଆୟୋଗ ବୈଠକରେ ଯୋଗ ଦେଇନଥିଲେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖି ରାଜ୍ୟର ଦାବି ସମ୍ପର୍କରେ ଅବଗତ କରାଇଛନ୍ତି  । 

    ପ୍ରଧାନମନ୍ତ୍ରୀଙ୍କୁ ଦେଇଥିବା ପତ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରସଙ୍ଗ ଉପସ୍ଥାପନ କରିଛନ୍ତି  । ସେ କହିଛନ୍ତିଯେ, ରାଜ୍ୟର ବହୁ ସଂଖ୍ୟକ ଏସସି ଏସଟି ରହିଛନ୍ତି  । ସେହିପରି ରାଜ୍ୟ ବାରବାର ପ୍ରାକୃତିକ ବିପର୍ଯ୍ୟୟର ମଧ୍ୟ ସାମ୍ନା କରୁଛି  । ରାଜ୍ୟର ବିକାଶ ତ୍ୱରାନ୍ୱିତ କରିବା ପାଇଁ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବାର ଆବଶ୍ୟକତା ରହିଛି  । ଉତର ପୂର୍ବାଂଚଳ ଓ ହିମାଳୟ ପ୍ରଦେଶଗୁଡ଼ିକ ଭଳି କେନ୍ଦ୍ରୀୟ ପ୍ରବର୍ତିତ ଯୋଜନାର ଅଂଶଧନ ବ୍ୟବସ୍ଥା ଭଳି ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି  ।

    କୃଷି ପ୍ରସଙ୍ଗରେ ମଧ୍ୟ ନବୀନ ରାଜ୍ୟର ପକ୍ଷ ଉପସ୍ଥାପନ କରିଛନ୍ତି  । ସେ କହିଛନ୍ତିଯେ, ଉପôାଦନ ଖର୍ଚ୍ଚର ଦେଢ଼ଗୁଣା ଏମଏସପି ଏକ ଭଲ ପଦକ୍ଷେପ  । ତେବେ ଚାଷୀର ଉପôାଦନ ଖର୍ଚ୍ଚ ବାସ୍ତବତା ଭିତିରେ ବିଚାର କରିବା ଦରକାର  । ସେହିପରି କୃଷି ଋଣ ଛାଡ଼ ପାଇଁ ଜାତୀୟ ନୀତି ପ୍ରଣୟନ ହେବା ଉଚିତ୍  । ଏକ୍ଷେତ୍ରରେ କେନ୍ଦ୍ର ସରକାର ଯେଉଁ ପଦକ୍ଷେପ ଗ୍ରହଣ କରିବେ ରାଜ୍ୟ ସରକାର ସେଥିରେ ସହାୟତା କରିବେ  ।  ଏମଏସଏମଇ ଉଦ୍ୟୋଗଗୁଡ଼ିକଙ୍କ ପାଇଁ ଯେଭଳି କ୍ରେଡ଼ିଟ ଗ୍ୟାରେଂଟି ଟ୍ରଷ୍ଟ ଗଠନ କରାଯାଇଛି ଠିକ୍ ସେମିତି କୃଷି ପାଇଁ ଏକ ଟ୍ରଷ୍ଟ ଗଠନ ନେଇ ନବୀନ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି  । ଏତଦବ୍ୟତୀତ ସ୍ୱାମୀନାଥନ କମିଟିଙ୍କ ସୁପାରିଶ ଲାଗୁ ନେଇ ମଧ୍ୟ ନବୀନ ଦାବି ଉପସ୍ଥାପନ କରିଛନ୍ତି  ।

    ଆୟୂଷ୍ମାନ ଭାରତ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଉଲ୍ଳେଖ କରିଛନ୍ତିଯେ, କେନ୍ଦ୍ର ବଜେଟରେ ଜାତୀୟ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ଭଳି ସ୍ୱାଗତଯୋଗ୍ୟ ପଦକ୍ଷେପ ନିଆଯାଇଥିଲା  । ଏହାକୁ ସେ ମଧ୍ୟ ସ୍ୱାଗତ କରିଥିଲେ  । ତେବେ ଏହାକୁ ସାର୍ବଜନୀନ କରାଯିବାର ଆବଶ୍ୟକତା ରହିଛି  । ଉପା ସରକାରଙ୍କ ଅମଳରେ ହୋଇଥିବା ଏସଇସିସି ତଥ୍ୟରୁ ବହୁ ତ୍ରୁଟି ବିଚୁ୍ୟତି ରହିଥିବାରୁ ବହୁ ପ୍ରକୃତ ଗରିବ ବାଦ୍ ପଡ଼ୁଛନ୍ତି  । ଏନେଇ ସେ ଉଦବେଗ ପ୍ରକାଶ କରିଥିଲେ  । ତେବେ ପିଏମଆରଏସଏସଏମର ସିଇଓ ଏସଇସିସି ତଥ୍ୟ ବାହାରକୁ ଯିବା ସମ୍ଭବ ନୁହେଁ ବୋଲି କହିଥିଲେ  । ତେଣୁ ରାଜ୍ୟରେ ସାର୍ବଜନୀନ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ରାଜ୍ୟ ସରକାର ନୂତନ ସ୍ୱାସ୍ଥ୍ୟ ଆଶ୍ୱାସନା ଯୋଜନା କରିଛନ୍ତି  । ଏହାଦ୍ୱାରା ୭୦ ଲକ୍ଷ ପରିବାର ଉପକୃତ ହେବେ  । ଯଦି ରାଜ୍ୟର ଉଦବେଗ ପ୍ରତି ଦୃଷ୍ଟି ଦିଆଯାଇ ସମସ୍ୟାର ସମାଧାନ କରାଯାଏ ତେବେ ଏନଏଚପିସିରେ ସାମିଲ ହେବାକୁ ଆଗ୍ରହ ପ୍ରକାଶ କରିବୁ ବୋଲି ନବୀନ ଉଲ୍ଲେଖ କରିଛନ୍ତି  ।

    Maximum 500 characters

    ଅଧିକ ମତାମତ

    Nabin sir nka mata thik

    Bikram mahananda

    Jun 18, 2018

    ଓଡ଼ିଆ ସ୍ପୋର୍ଟ news ବହୁତ ଭଲ news କରୁଛି,ସେଥି ପାଇଁ ସାମ୍ବାଦିକ ଭାଇ, ଓ ସମ୍ପାଦକ ଙ୍କୁ ସାଧୁବାଦ ଜଣାଉଛି

    Satyasundar pati

    Jun 18, 2018

    ଯୋଜନା ଓ ବିକାଶ View all

    Find Us on Facebook