Jul 17, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ୨୬ବର୍ଷ ପରେ ପ୍ରଥମ ମ୍ୟାଚ ହାରିଲା ଜର୍ମାନୀ

    Share on :
    Date: Jun 18, 2018    Views: 39

    ମସ୍କୋ: ମସ୍କୋ ବିଶ୍ୱକପରେ ବୃହତ ବିପର୍ଯ୍ୟୟ ଦେଖିବାକୁ ମିଳିଛି । ଗତଥରର ବିଜେତା ତଥା ବିଶ୍ୱମାନ୍ୟତାର ପ୍ରଥମ ସ୍ଥାନରେ ଥିବା ଜର୍ମାନୀ ଆଶ୍ଚର୍ଯ୍ୟଜନକ ଭାବେ ତା’ର ପ୍ରଥମ ମ୍ୟାଚ ମେକ୍ସିକୋଠାରୁ ହାରିଯାଇଛି । କେବେବି ବିଶ୍ୱକପ ଜିତିନଥିବା ମେକ୍ସିକୋ ଏହି ମ୍ୟାଚରେ ବ୍ରାଜିଲକୁ ୧-୦ରେ ହରାଇ ଦେଇଛି । ହିଭିଂ ଲୋଜୋନ ୩୫ମିନିଟ୍ରେ ଏକ ଗୋଲ ଦେଇ ଜର୍ମାନିକୁ ସ୍ତବ୍ଧ କରିଦେଇଛନ୍ତି । ୧୯୮୨ ମସିହା ଠାରୁ ଜର୍ମାନୀ ତା’ର ପ୍ରଥମ ମ୍ୟାଚ ହାରିନଥିଲା । ଦୀର୍ଘ ୨୬ ବର୍ଷ ପରେ ମେକ୍ସିକୋ ଏହି ଧାରା ବଦଳାଇ ଦେଇଛି । 
    ଲୁଝନିକି ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚର ଦ୍ୱିତୀୟ ମିନିଟ୍ରେ କର୍ନର ଅର୍ଜନ କରି ଜର୍ମାନିକୁ ଚକିତ କରି ଦେଇଥିବା ମେକ୍ସିକୋ ୩୫ ମିନିଟ୍ରେ ନିଜ ଶୃଙ୍ଖଳିତ ଖେଳର ଲାଭ ପାଇଥିଲା । ଜର୍ମାନୀର ଶକ୍ତିଶାଳୀ ରକ୍ଷକ ଭାଗକୁ ଭେଦ କରି ମ୍ୟାଚ ଏବଂ ନିଜ ପ୍ରଥମ ଗୋଲ ଦେଇଥିଲା । ଏହି ଗୋଲଟି ହାର୍ଭିଂ ଲୋଜୋନୋ ଦେଇଥିଲେ । ପ୍ରଥମାର୍ଦ୍ଧର ବଳକା ୧୦ ମିନିଟ ମିନିଟରେ ଜର୍ମାନୀ ଯେତେ ଚେଷ୍ଟା କଲେ ମଧ୍ୟ ଏହି ଗୋଲଟିକୁ ଶୁଝି ପାରିନଥିଲା । ଦ୍ୱିତୀୟାର୍ଦ୍ଧରେ ତାରକା ଖଚିତ ଜର୍ମାନୀ ବହୁ ଚେଷ୍ଟା କରିଥିଲା । ହେଲେ ମେକ୍ସିକୋ ରକ୍ଷଣଭାଗକୁ ମାତ ଦେବାକୁ ସକ୍ଷମ ହୋଇପାରିନଥିଲା । 

    Maximum 500 characters

    ଖେଳ ଖବର View all

    Find Us on Facebook