Jul 17, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଆରମ୍ଭରୁ ବ୍ରାଜିଲ ଫିକା

    Share on :
    Date: Jun 18, 2018    Views: 31

    ମସ୍କୋ: ବିଶ୍ୱକପ ଇତିହାସର ସଫଳତମ ଦଳ ବ୍ରାଜିଲ ମସ୍କୋରେ ଫିକା ଆରମ୍ଭ କରିଛି । ତାରକା ଖେଳାଳି ନେମାରଙ୍କ ସହ ଏହାର ସଂପୂର୍ଣ୍ଣ ଅଗ୍ରଭାଗ ବିଫଳ ହେବା ପରେ ୟୁରୋପୀୟ ଶକ୍ତି ସ୍ୱିଜରଲାଣ୍ଡ ଏହି ଦଳକୁ ଅଟକାଇ ଦେଇଛି । ସ୍ୱିଜରଲାଣ୍ଡ ରଣନୀତି ଆଗରେ ହରମାନ ବ୍ରାଜିଲ ପଏଂଟ ବାଂଟିବାକୁ ବାଧ୍ୟ ହୋଇଛି । ଉଭୟ ଗୋଟିଏ ଲେଖାଏଁ ଗୋଲ ଦେବା ପରେ ମ୍ୟାଚ ଅମୀମାଂସିତ ଭବେ ଶେଷ ହୋଇଛି । ମସ୍କୋ ମୁକୁଟ ଦାବିଦାର ତଥା ବିଶ୍ୱକପ ଇତିହାସର ସଫଳତମ ଦଳ ବ୍ରାଜିଲ ଆରମ୍ଭରୁ ସ୍ୱିଜରଲାଣ୍ଡ ଉପରେ ଘନ ଘନ ଆକ୍ରମଣ କରିଥିଲା । ଫଳରେ ୨୦ମିନିଟ୍ରେ ବକ୍ସ ବାହାରୁ ଗୋଲ ପୋଷ୍ଟକୁ ଲକ୍ଷ୍ୟ କରିବାର ଯୋଜନା କାମ ଦେବଳା ସହ ଫିଲିପ କୁଟିନୋ ଆଶାଜନକ ଭାବେ ବ୍ରାଜିଲକୁ ଆଗୁଆ କରି ଦେଇଥିଲେ । ମାର୍ସୋଲାଙ୍କ ତେରଛା ପାସକୁ ଡେରରେ ବକ୍ସ ବାହାରକୁ ପଠାଇ ଦେଇଥିଲେ । ହେଲେ ଏହା ସିଧାଯାଇ କୁଟିନୋଙ୍କ ଆଗରେ ପଡ଼ିଥିଲା । କୁଟିନୋ ଡାହାଣ ପାଦରେ ୨୫ ଗଜ ଦୂରରୁ ଜବରଦସ୍ତ ସଟ ମାରି ମ୍ୟାଚର ପ୍ରଥମ ଗୋଲ ଅର୍ଜନ କରିଥିଲେ । ସ୍ୱିଜରଲାଣ୍ଡ ଅଗ୍ରଭାଗ ବ୍ରଜିଲ ବକ୍ସକୁ ଏକାଧିକ ବାର ପ୍ରବେଶ କରିଥିଲେ । ହେଲେ ପ୍ରଥମାର୍ଦ୍ଧରେ ବ୍ରାଜିଲ ତୁଳନାତ୍ମକ ଭାବେ ଭଲ ଖେଳ ପ୍ରଦର୍ଶନ କରିଥିଲା । ମଧ୍ୟାନ୍ତର ପରେ ସ୍ୱିଜରଲାଣ୍ଡ ତା’ର ରଣନୀତି ବଦଳାଇ ସଫଳ ହୋଇଥିଲା । ଗୋଲ ମୁହଁରେ କୌଣସି ବ୍ରାଜିଲ ଖେଳାଳି ନଥିବାର ସୁଯୋଗ ନେଇ ଷ୍ଟିଭେନ୍ ଜୁବେର ହେଡରରେ ସ୍ଥିତି ୧-୧ କରିନେଇଥିଲେ । 

    Maximum 500 characters

    ଖେଳ ଖବର View all

    Find Us on Facebook