Jul 17, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଦାମବାବୁଙ୍କୁ ଜୋକର କହିଲେ ବିଶ୍ୱଭୂଷଣ

    Share on :
    Date: Jun 16, 2018    Views: 3423

    ରନôଭଣ୍ଡାର ଚାବି ହଜିବା ଦିନ ଠାରୁ ବିଶ୍ୱଭୂଷଣ ହରିଚନ୍ଦନ ବେଶ୍ ସକ୍ରିୟ ହୋଇପଡ଼ିଛନ୍ତି  । କିହୋ ହେବେନି କେମିତି, ପାଇକ ପୁଅଟି? ହାଲକୁ ବିଜେପି ନେତା ବିଜୟ ମହାପାତ୍ରଙ୍କୁ ସେ ରନôଭଣ୍ଡାର ପ୍ରସଙ୍ଗରେ କମେଂଟ ମାରିଦେଲେ  । ବିଜୟ ବାବୁ ବି ପୁରୁଣା ନେତା  । ସେ ବି ବୁଲେଇ ବାଙ୍କେଇ ନାଦି ଦେଲେ  । କହିଲେ ପାଇକ ପୁଅ ତମେ କିଅାଁ ଦେହକୁ ନଉଛ...  । ହାଲକୁ ଦାମବାବୁ ରନôଭଣ୍ଡାର ପ୍ରସଙ୍ଗରେ ବିଶ୍ୱଭୂଷଣଙ୍କ ଆଡ଼କୁ ବାଣ ଛାଡ଼ି ଦେଇଛନ୍ତି  । ଦାମବାବୁଙ୍କ ମୁଣ୍ଡରେ ବୋଝେ ବୁଦ୍ଧି  । ବିଶେଷକରି ଇତିହାସରେ ତାଙ୍କର ଏତେ ଜ୍ଞାନଯେ, ଉକôଳ ବିଶ୍ୱବିଦ୍ୟାଳୟ ଇତିହାସ ହେଉ କି ରାଜନୀତିକ ବିଭାଗରେ ତାଙ୍କ ନାମରେ ଗୋଟା ଚେୟାର ହେବା ଦରକାର  । ଆକାଶରୁ ତୋଳିଆଣି ମସିହା କହିବାରେ ଦାମଙ୍କୁ କେହି ପାରିବେନି, ଏକଥା ଆମେ ଗ୍ୟାରେଂଟି ଦେଇ କହିଦେବୁ  । ସେଇ ଇତିହାସ କଥା କହି ଦାମବାବୁ କହିଦେଲେ ୧୯୭୮ରେ ବିଶ୍ୱଭୂଷଣ ବାବୁ ଆଇନ ମନ୍ତ୍ରୀ ଥିଲେ  । ତାଙ୍କ ଅମଳରେ ରନôଭଣ୍ଡାର ଖୋଲା ଯାଇଥିଲା  । ତେଣୁ ଚାବି କଥା ବିଶ୍ୱଭୂଷଣବାବୁ ଜାଣିଥିବେ ବୋଲି କହିଦେଲେ  । ବାସ୍ ଏହି ପଦିଏ କଥା ବିଶ୍ୱଭୂଷଣଙ୍କ ଦେହରେ ତୀର ଭଳିଆ ପଶିଗଲା  । ସେଇଠୁ ପାଇକ ପୁଅ କହିଲେ, ଦାମବାବୁ ସବୁବେଳେ ଜୋକର ଭଳିଆ ବିବୃତି ଦେଉଛନ୍ତି  । ସବୁ ଜିନିଷ ମନ୍ତ୍ରୀଙ୍କ ପାଖକୁ ଆସେନି ବୋଲି କ’ଣ ଦାମବାବୁ ଜାଣନ୍ତିନି ବୋଲି ବି ସେ ପ୍ରଶ୍ନ କରିଛନ୍ତି  । ହେଲେ ଚୁଙ୍ଗା ବାଲା କି ଠୁଙ୍ଗା ବାଲା କେହି ଦାମବାବୁଙ୍କ ପାଖକୁ ଏଯାଏଁ ଯାଇନଥିବାରୁ ଜୋକରର କାଉଂଟର ଆଟାକଟା ଜଣାପଡ଼ିନି  ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook