Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଭୁବନେଶ୍ୱରରେ ନୁହେଁ, ଗାଁରେ ଲୋକଙ୍କ ସହ ଥିବା ନେତା ହେବେ ପ୍ରାର୍ଥୀ : ନିରଞ୍ଜନ ପଟ୍ଟନାୟକ

    Share on :
    Date: Jun 13, 2018    Views: 2905

    ଜୁନ ସୁଦ୍ଧା ପ୍ରତି ଜିଲ୍ଲା ପରିଷଦ ଜୋନରେ ସଭାପତି ନିଯୁକ୍ତ କରିବ କଂଗ୍ରେସ

    ଭୁବନେଶ୍ୱର : ବିଜୟ ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ଟିକେଟ୍ ପ୍ରଦାନ କରାଯିବ  । ଭୁବନେଶ୍ୱରରେ ବସି କେହି ନେତା ହୋଇପାରିବେ ନାହିଁ  । ଗାଁରେ ଲୋକଙ୍କ ସହ ଥିବା ନେତାଙ୍କୁ କଂଗ୍ରେସ ପ୍ରାର୍ଥୀ କରିବ  । ତିନି ଚାରି ମାସ ମଧ୍ୟରେ କେଉଁ ନେତା ଗାଁର ଲୋକଙ୍କ ସହ ଅଛନ୍ତି ତାହା ଜଣାପଡ଼ିଯିବ  । କଂଗ୍ରେସ ଲୋକମାନଙ୍କର ଆସ୍ଥା ଓ ବିଶ୍ୱାସଭାଜନ ହେବା ପାଇଁ ପ୍ରୟାସ କରୁଛି  । ସେହିପରି ୧୫ ଦିନ ମଧ୍ୟରେ ଜିଲ୍ଲା ସଭାପତିମାନେ ପ୍ରୋଗ୍ରେସ ରିପୋର୍ଟ ପ୍ରଦାନ କରିବେ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି  ।

    ୨୦୧୯ ପାଇଁ କଂଗ୍ରେସ ରୋଡ଼ ମ୍ୟାପ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଛି  । ଆଜି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ଦାୟିତ୍ୱରେ ଥିବା ଦକ୍ଷିଣାଂଚଳର ୧୧ ଜିଲ୍ଲା ସଭାପତିଙ୍କ ସହ ପିସିସି ସଭାପତି ଓ ତାଙ୍କ ଟିମ୍ ଆଲୋଚନା କରିଛନ୍ତି  । 

    ଆଲୋଚନା ପରେ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ କହିଛନ୍ତିଯେ, ପ୍ରତି ଜିଲ୍ଳା ପରିଷଦ ଜୋନକୁ କଂଗ୍ରେସ ବ୍ଲକ ଭାବେ ବିବେଚନା କରିବ  । ଜୁନ୍ ସୁଦ୍ଧା  ପ୍ରତି ଜିଲ୍ଳା ପରିଷଦ ଜୋନରେ ସଭାପତି ନିଯୁକ୍ତ କରାଯିବ  । ସଭାପତି ନିଯୁକ୍ତ ପରେ ବୁଥ କମିଟି ଗଠନ କରାଯିବ  । ଜୁଲାଇ ୧୦ ସୁଦ୍ଧା ବୁଥ୍ କମିଟି ଗଠନ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଛନ୍ତି  । ଅପରପକ୍ଷରେ କେତେକ ଜିଲ୍ଲାରେ ଗୋଷ୍ଠୀକନ୍ଦଳ ଓ ଅସନ୍ତୋଷ ଥିବା କଥାକୁ ସ୍ୱୀକାର କରିଛନ୍ତି ପ୍ରଦୀପ ମାଝୀ  । ତିନି ଚାରୋଟି ଜିଲ୍ଲାରେ ଅସନ୍ତୋଷ ରହିଛି  । ତେବେ ଖୁବଶୀଘ୍ର ଏହାର ସମାଧାନ ହୋଇଯିବ  । କୋରାପୁଟ ସମସ୍ୟା ମଧ୍ୟ ଆପେ ଆପେ ସମାଧାନ ହେବବୋଲି ଶ୍ରୀ ମାଝୀ ପ୍ରକାଶ କରିଛନ୍ତି  ।

    ସୂଚନାଯୋଗ୍ୟେଯେ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା  । ବୈଠକରେ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ସମେତ ଗଞ୍ଜାମ, ଗଜପତି, ରାୟଗଡ଼ା, ନୂଆପଡ଼ା, କଳାହାଣ୍ଡି, ବୌଦ୍ଧ, କନ୍ଧମାଳ, ନବରଙ୍ଗପୁର, ଜଗତସିଂହପୁର, ଝାରସୁଗୁଡ଼ା ଜିଲ୍ଲାର ସଭାପତି ଓ କାର୍ଯ୍ୟକାରୀ ସଭାପତି ଉପସ୍ଥିତ ଥିଲେ  । ପ୍ରାରମ୍ଭିକ ପର୍ଯ୍ୟାୟରେ ଜିଲ୍ଲା ସଭାପତିମାନେ ଦଳର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ପିସିସି ସଭାପତିଙ୍କୁ ଅବଗତ କରିଥିଲେ  ।

    Maximum 500 characters

    ଅଧିକ ମତାମତ

    ବିଷମ କଟକ ନିର୍ବାଚନ ମଣ୍ତଳୀ ରେ କଂଗ୍ରେସ ସବୁବେଳେ ଜିତି ଆସୁଥିଲା । ନେତା ମାନେ କେବଳ ନିଜ ପାଇଦା ପାଇଁ ଲୋକମାନଙ୍କୁ ବ୍ୟବହାର କରନ୍ତି ଜିତିଗଲା ପରେ ଭୋଟର ପାଖ କୁ ଯାଆନ୍ତି ନାହିଁ ।ଆପଣଙ୍କୁ ଖରାପ ଲାଗିପାରେ ସତ୍ୟ କଥା କହିବି ଏଠାରେ ଅଣ ଆଦିବାସୀ ମାନେ ଆଦିବାସୀ ମାନଙ୍କ ର ଅର୍ଥ ଅଭାବ ର ସୁଯୋଗ ନେଇ କିଛି ପାଇଦା ବାଦି ଆଦିବାସୀ ମାନଙ୍କୁ ହାତରେ ରଖନ୍ତି ଯେଉଁ ମାନେ ସରକାରୀ ଯୋଜନା ବୁଝନ୍ତି ନାହିଁ କି ଲୋକମାନଙ୍କ ଆବଶ୍ୟକ ସରକାର ଠାରେ ଉପସ୍ଥାପନ କରିପାରନ୍ତି ନାହିଁ ।ଯାହା ଫଳରେ ସରକାରୀ ଯୋଜନା ଯେତେ କାର୍ଯ୍ୟକାରୀ ହେଲେ ମଧ୍ୟ ଆଦିବାସୀ ଉପକୃତ ହୁଅନ୍ତି ନାହିଁ ଏଣୁ ଆଦିବାସୀ ଙ୍କୁ ଗୁରୁତ୍ବ ଦିଆଯା

    Paramananda huika

    Jun 14, 2018

    Mu sabubelae apanak sahita achi

    Subodh Kumar swain

    Jun 15, 2018

    ରାଜନୀତି View all

    Find Us on Facebook