ମୁଖ୍ୟ ଖବର
୨୦୧୧ରେ ପ୍ରଥମ ଥର ପାଇଁ ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ଶାସନ କ୍ଷମତାକୁ ଆସିଥିଲେ । ନିଜର ଆକ୍ରମଣାତ୍ମକ ଆଭିମୁଖ୍ୟ ଓ ସରଳ ଜୀବନ ଶୈଳୀ ପାଇଁ ସେ ୨୦୧୬ରେ ପୁଣିଥରେ ଜନତାଙ୍କ ଆସ୍ଥାଭାଜନ ହେବାରେ ସମର୍ଥ ହୋଇଥିଲେ । ୨୦୧୬ରେ ମମତାଙ୍କ ତୃଣମୂଳ କଂଗ୍ରେସ ୨୧୧ ଆସନରେ ବାଜିମାତ କରିଥିଲା । ପୂର୍ବ ନିର୍ବାଚନ ତୁଳନାରେ ଅଧିକ ଆସନ ପାଇ ମମତା ନିଜର ଲୋକପ୍ରିୟତା ପ୍ରତିପାଦିତ କରିଥିଲେ ।
ପୂର୍ବ ବିଧାନସଭା ନିର୍ବାଚନରେ ବାମପନ୍ଥୀ ଦଳ ପରାସ୍ତ ହୋଇଥିବାରୁ ୨୦୧୬ ନିର୍ବାଚନରେ ସେମାନେ ନୂଆ ରଣନୀତି କରିଥିଲେ । ୨୦୧୫ରେ ସିଲୁଗୁରି ମେୟର ନିର୍ବାଚନ ବେଳେ ମମତା ବାନାର୍ଜୀଙ୍କୁ ପରାସ୍ତ କରିବା ପାଇଁ ବାମଦଳ ସହ କଂଗ୍ରେସର ଭିତିରିଆ ମେଂଟ ହୋଇଥିଲା । ବାମଦଳର ଏଭଳି ରଣନୀତି ସଫଳ ହୋଇôଥଲା । ଟିଏମସିକୁ ହରାଇ ସିପିଏମ ନେତା ଅଶୋକ ଭଟ୍ଟାଚାର୍ଯ୍ୟ ସିଲିଗୁଡିି ମେୟର ହୋଇଥିଲେ । ତେଣୁ ୨୦୧୬ରେ ସିଲିଗୁଡି ମଡେ଼ଲକୁ ଆପଣାଇ ନେଇଥିଲେ ବାମ ଓ କଂଗ୍ରେସ । ସେମାନେ ମେଂଟ କରିନଥିଲେ ବି ସିଟ ସେୟାରିଂ କରିଥିଲେ । କିନ୍ତୁ ନିର୍ବାଚନ ଫଳାଫଳ ସେମାନଙ୍କୁ ନିରାଶ କରିଥିଲା । ଫେଲ ମାରି ଯାଇଥିଲା ସିଲିଗୁଡ଼ି ମଡେ଼ଲ ।
୨୦୧୬ ବିଧାନସଭା ନିର୍ବାଚନରେ ଟିଏମସି ୨୧୧, ସିପିଏମ ୨୬, କଂଗ୍ରେସ ୪୪, ବିଜେପି ୩, ଫରୱାଡର଼୍ ବ୍ଲକ ୨, ସ୍ୱାଧୀନ ୧, ଆରଏସପି ୩, ସିପିଆଇ ୧ ଓ ଗୋର୍ଖା ଜନମୁକ୍ତି ମୋର୍ଚ୍ଚା ୩ଟି ଆସନ ପାଇପାରିଥିଲା ।
Comments ସମସ୍ତ ମତାମତ