Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଆରପାରିରେ ପୂର୍ବତନ ବିଧାୟକ ସୂର୍ଯ୍ୟମଣି ଜେନା

    Share on :
    Date: Jun 13, 2018    Views: 2495

    ଯାଜପୁରରୁ ଦେବୀ ପ୍ରସାଦ ବିଶ୍ୱାଳ : ଯାଜପୁରର ପୂର୍ବତନ ବିଧାୟକ ସୂର୍ଯ୍ୟମଣି ଜେନାଙ୍କର ପରଲୋକ ହୋଇଯାଇଛି  । ୭୬ ବର୍ଷ ବୟସରେ ହୃଦଘାତରେ ତାଙ୍କର ପରଲୋକ ଘଟିଛି  । ୧୯୪୩ ମସିହା ଜୁନ୍ ୬ରେ  କଟିକଟା ଗାଁରେ ସେ ଜନ୍ମ ଗ୍ରହଣ କରିଥିଲେ  । ସରକାରୀ ଚାକିରୀ କରୁଥିବାବେଳେ ସେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଓ ଅଶୋକ ଦାସଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ରାଜନୀତିକୁ ଆସିଥିଲେ  । ୧୯୯୫ରେ ଜନତା ଦଳ ପ୍ରାର୍ଥୀ ଭାବେ ବିଜୟୀ ହୋଇ ସେ ପ୍ରଥମ ଥର ବିଧାୟକ ହୋଇଥିଲେ  । ପରେ ସେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ  । ୨୦୦୦ରେ ମଧ୍ୟ ପୁଣି ଥରେ ବିଧାୟକ ହେବାର ସୌଭାଗ୍ୟ ଲାଭ କରିଥିଲେ  । ତାଙ୍କ ମୃତୁ୍ୟ ଖବର ପାଇଁ ଯାଜପୁରର ବହୁ ବରିଷ୍ଠ ନେତା, ବୁଦ୍ଧିଜୀବୀ ତାଙ୍କ ବାସଭବନରେ ପହଁଚି ଶେଷ ଦର୍ଶନ କରିଛନ୍ତି  ।

    Maximum 500 characters

    ତାଜା ଖବର View all

    Find Us on Facebook