Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ୨୦୧୯ ପାଇଁ ରୋଡ଼ ମ୍ୟାପ ପ୍ରସ୍ତୁତ କରୁଛି କଂଗ୍ରେସ, କଂଗ୍ରେସ ଭବନରେ ଚାଲିଛି ସମୀକ୍ଷା

    Share on :
    Date: Jun 13, 2018    Views: 3053

    ଭୁବନେଶ୍ୱର : ୨୦୧୯ ନିର୍ବାଚନ ପାଇଁ କଂଗ୍ରେସ ରୋଡ଼ମ୍ୟାପ୍ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଛି  । କଂଗ୍ରେସ ଭବନରେ ଆଜି ଜିଲ୍ଲା କଂଗ୍ରେସ ସଭାପତି ଓ କାର୍ଯ୍ୟକାରୀ ସଭାପତିଙ୍କର ଗୁରୁତ୍ୱପୂର୍ଣ୍ଣ ବୈଠକ ଚାଲିଛି  । ଆଜି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ଦାୟିତ୍ୱରେ ଥିବା ୧୧ ଜିଲ୍ଲାର ସାଙ୍ଗଠନିକ ବୈଠକ ଚାଲିଥିବାବେଳେ ଆସନ୍ତାକାଲି ନବ ଦାସ ଓ ଚିରଞ୍ଜିବୀ ବିଶ୍ୱାଳଙ୍କ ଦାୟିତ୍ୱରେ ଥିବା ଜିଲ୍ଲାଗୁଡ଼ିକର ସମୀକ୍ଷା ହେବବୋଲି ଜାଣିବାକୁ ମିଳିଛି  ।

    ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେଉଛି  । ବୈଠକରେ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ସମେତ ଗଞ୍ଜାମ, ଗଜପତି, ରାୟଗଡ଼ା, ନୂଆପଡ଼ା, କଳାହାଣ୍ଡି, ବୌଦ୍ଧ, କନ୍ଧମାଳ, ନବରଙ୍ଗପୁର, ଜଗତସିଂହପୁର, ଝାରସୁଗୁଡ଼ା ଜିଲ୍ଲାର ସଭାପତି ଓ କାର୍ଯ୍ୟକାରୀ ସଭାପତି ଉପସ୍ଥିତ ଅଛନ୍ତି  । ଗଞ୍ଜାମ : ଡକ୍ଟର ତ୍ରିନାଥ ବେହେରା (ସଭାପତି), ଆଡ଼ଭୋକେଟ ଦୀପକ ପଟ୍ଟନାୟକ, ପୀତବାସ ପଣ୍ଡା ଓ ସାକା ସୁଜିତ (କାର୍ଯ୍ୟକାରୀ ସଭାପତି), ବ୍ରହ୍ମପୁର ସହର ସଭାପତି ପ୍ରମୋଦ ଜେନା, ଗଜପତି : ବିଭୂତି ପାତ୍ର (ସଭାପତି), ଜି ତିରୁପତି ରାଓ (କାର୍ଯ୍ୟକାରୀ ସଭାପତି), ରାୟଗଡ଼ା ସଭାପତି ଦୁର୍ଗା ପ୍ରସାଦ ପଣ୍ଡା, ନୂଆପଡ଼ା ସଭାପତି  ଘାସିରାମ ମାଝୀ, କଳାହାଣ୍ଡି : ଭାରତ ଭୂଷଣ ବେମାଲ (ସଭାପତି), ପର୍ଶୁରାମ ପାଢ଼ୀ (କାର୍ଯ୍ୟକାରୀ ସଭାପତି), ବୌଦ୍ଧ : ସୁଧିର ମହାକୁଡ଼, କନ୍ଧମାଳ : ବରୁଣ ଭୋଇ (ସଭାପତି), ସୀମାଚଂଳ ଆଚାର୍ଯ୍ୟ ଓ ଆଡ଼ଭୋକେଟ ସନ୍ତୋଷ ପଟ୍ଟନାୟକ (କାର୍ଯ୍ୟକାରୀ ସଭାପତି), ନବରଙ୍ଗପୁର ସଭାପତି ମନୋରଞ୍ଜନ ତ୍ରିପାଠୀ, ଜଗତସିଂହପୁର : ନଟବର ବାରିକ (ସଭାପତି), ଚରଣ ରାଉତ ଓ ଶିବ ପ୍ରସାଦ ଦାସ (କାର୍ଯ୍ୟକାରୀ ସଭାପତି), ଝାରସୁଗୁଡ଼ା : ଗିରୀଶ ରଞ୍ଜନ ପଣ୍ଡା (ସଭାପତି), ବିଶାଲ କୁମାର ଦାସ (କାର୍ଯ୍ୟକାରୀ ସଭାପତି) ମଧ୍ୟ ଉପସ୍ଥିତ ଅଛନ୍ତି  । ବୈଠକରେ ନିରଞ୍ଜନ ପଟ୍ଟନାୟକ ଏହି ନେତାମାନଙ୍କୁ କି ମନ୍ତ୍ର ଦେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି  ।

    Maximum 500 characters

    ଅଧିକ ମତାମତ

    ତଥ୍ୟଭିତ୍ତିକ ଅଟେ, ଆହୁରି ଆକର୍ଷଣୀୟ ହେଉ

    ଜବାହର ମିଶ୍ର

    Jun 14, 2018

    ରାଜନୀତି View all

    Find Us on Facebook