Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

Kanhu ଚରଣ ପଟ୍ଟନାୟକଙ୍କ ବିରୋଧରେ ସ୍ବାଧୀକାର ପ୍ରସ୍ତାବ ଆଣିଲେ ନରସିଂହ

2020 ମାର୍ଚ୍ଚ ମଧ୍ୟରେ ସବୁ ଗାଁକୁ ପାଇପ ଯୋଗେ ପାନୀୟ ଜଳ

ସୁରୁଖୁରରେ ଚାଲିଛି ବିଧାନସଭା

banner

ଆମ ଭାଷା ଆମ ସାହିତ୍ୟ

ମୁଖ୍ୟ ଖବର

    ବିଲ୍ ବୋର୍ଡର ଝିଅ

    Share on :
    ajab-Image
    Date: Jun 13, 2018    Views: 2821

    ଟ୍ରିଂ... ଟ୍ରିଂ... ଟ୍ରିଂ....... । “ତମେ ଷ୍ଟେସନ୍ରେ ପହଞ୍ଚିଲଣି । ମୁଁ ପାଞ୍ଚ ମିନିଟ୍ରେ ଓହ୍ଲେଇବି ।” ମୋବାଇଲ୍ର ଆର୍ ପଟେ ତମ ସ୍ୱର । ହଁ ମୁଁ ଷ୍ଟେସନ୍ରେ ଅଛି । ସେହି ବିଲ୍ ବୋର୍ଡ ସାମ୍ନାରେ...... ମୁଁ କହିଲି । “ସେହି ବିଲ୍ ବୋର୍ଡ...?” ତମର ପ୍ରଶ୍ନିଳ ବାକ୍ୟ । “ହଁ... ସେହି ଜୁଏଲରୀ ଦୋକାନର ବିଜ୍ଞାପନ ବିଲ୍ ବୋର୍ଡ ସୁନ୍ଦରୀ ଝିଅଟିର ନୀଳ ନୀଳ ନୟନ ଯୋଡାକୁ ଚାହିଁ... । କାହିଁକି କେଜାଣି... ସେହି ନୀଳ ନୟନାର ଚାହାଁଣୀ ମତେ କେବେ ଆଗକୁ ବଢିବାକୁ ଦେଇନି?” ତମକୁ ଚିଡାଇବା ପାଇଁ ମୁଁ କହିଲି । “ହଁ... ସେହି ଝିଅକୁ ବାହା ହେଇ ଯାଉନ! ମୋ ପଛରେ କାହିଁକି ପଡିଛ?” ତମର ଅଭିମାନ ଭରା ଅଭିଯୋଗ । ଫୋନ୍ କଟିଗଲା ।

    ...................................................

    ଆଜି ବି ଷ୍ଟେସନ୍ରେ ମୁଁ ସେହି ବିଲ୍ ବୋର୍ଡର ଝିଅଟିର ଚାହାଣୀରେ ବାନ୍ଧି ହୋଇ ରହିଛି । ତମ ଛୋଟ ସହରରୁ ଆସୁଥିବା ସେହି ପାସେଞ୍ଜର ଟ୍ରେନ୍ ଟି ଆଜି ବି ନିର୍ଦ୍ଧିଷ୍ଟ ସମୟରେ ଆସୁଛି । ହେଲେ ତମେ ସେଥିରୁ ଓହ୍ଲାଉ ନାହଁ କି...... ଫୋନ୍ରେ ଟ୍ରିଂ ଟ୍ରିଂ ଶୁଭୁନି । ଆଜି ତମେ ନିଜ ଜୀବନ ସାଥି ସହ କେଉଁ ଏକ ସୁଦୂର ସହରରେ!
    ...................................................

    ପୁରୀ- ଅହମଦାବାଦ ଟ୍ରେନ୍ ଷ୍ଟେସନରେ ପହଞ୍ଚିଲା କ୍ଷଣି ଦ୍ୱିତୀୟ ଶ୍ରେଣୀ ବଗିରୁ ଚାରି-ପାଞ୍ଚ ବର୍ଷର ଝିଅ ଟିଏ ମୋ ଦୃଷ୍ଟି ଆକର୍ଷଣ କଲା । ସେଇ ଚେହେରା...! ସେହି ଆଖି...! ସେହି ନାକ.....! ଠିକ୍ ତମ ପରି...... । ପଛେ ପଛେ ତମେ ଓ ଜଣେ ତରୁଣ...... ବୋଧ ହୁଏ ସେହି ତମ ସ୍ୱାମୀ! ଆଜି କାହିଁକି ସେହି ବିଲ୍ ବୋର୍ଡ ଝିଅର ଚାହାଣୀ ମତେ ବାନ୍ଧି ରଖି ପାରିଲାନି । ତମ ଆଡକୁ ପାଦ ବଢାଇଲି...... । ଦୁଇ ପାଦ ପରେ... ହଠାତ୍ ‘ବାହାଘର ପରେ ତମ ସହ ଦେଖା କରିବାକୁ ଚେଷ୍ଟା ନ କରିବାର ରାଣ’ ମତେ ପଛକୁ ଭିଡି ଧରିଲା । ମୁଁ ଅଟକି ଗଲି ।

    ଟିକେଟ୍... ଟିକେଟ୍ ... । ଟିଟିଇଙ୍କ ସ୍ୱରରେ ପ୍ରକୃତିସ୍ଥ ହୋଇ ତାଙ୍କୁ ଟିକେଟ୍ ଦେଖାଇ ପଛକୁ ଫେରି ଚାହିଁଲା ବେଳକୁ ତମେ ହଜି ସାରିଥିଲ ବିଶାଳ ଜନ ସମୁଦ୍ର ଭିତରେ । ଇତଃସ୍ତତ ହୋଇ ତମକୁ ଖୋଜିବା ଭିତରେ ମୋ ଲକ୍ଷ୍ୟ ସ୍ଥିର ହୋଇଯାଇଥିଲା ବିଲ୍ ବୋର୍ଡ ଝିଅର ସେହି ଚାହାଣୀ ପାଖରେ...... ।
    ...............................................................................

    ଉମାକାନ୍ତ ପାତ୍ର
    ଥାଲକୁଡି, ମଙ୍ଗଳପୁର, ଯାଜପୁର
    ୯୪୩୯୭୫୦୧୭୫

    Maximum 500 characters

    ଅଧିକ ମତାମତ

    Super right now

    Gudu

    Jun 13, 2018

    nice story...

    susant. p

    Jun 13, 2018

    ଆମ ଭାଷା ଆମ ସାହିତ୍ୟ View all

    Find Us on Facebook