Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ସିଦ୍ଧାନ୍ତଙ୍କ ଅଲୋଡ଼ା ରେକଡର଼୍ : ସଂସଦରେ ପଚାରିନାହାନ୍ତି ଗୋଟିଏ ବି ପ୍ରଶ୍ନ

    Share on :
    Date: Jun 13, 2018    Views: 2943

    ଭୁବନେଶ୍ୱର : ସିନେ ଅଭିନେତାରୁ ନେତା ବନିଥିବା ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ର ଅଲୋଡ଼ା ରେକଡର଼୍ ସୃଷ୍ଟି କରିଛନ୍ତି  । ସଂସଦରେ ସେ ଗୋଟିଏ ବି ପ୍ରଶ୍ନ କରିନାହାନ୍ତି  । ଷୋଡ଼ଶ ଲୋକସଭାରେ ସାଂସଦଙ୍କ କାର୍ଯ୍ୟ, ବିତର୍କରେ ଅଂଶଗ୍ରହଣ, ସଂସଦରେ ଉପସ୍ଥିତି, ବିଭିନ୍ନ ଅଧିବେଶନରେ ସେମାନେ ପଚାରିଥିବା ପ୍ରଶ୍ନ ଏବଂ ଆଂଚଳିକ ଉନ୍ନୟନ ପାଣ୍ଠିକୁ ଅନୁଧ୍ୟାନ କରି ୟୁଥ ଫର ସୋସିଆଲ ଡେଭଲପମେଂଟ ପକ୍ଷରୁ ରିପୋର୍ଟ କାଡର଼୍ ପ୍ରସ୍ତୁତ କରାଯାଇଛି  । ଅପରପକ୍ଷରେ ସଂସଦୀୟ କ୍ଷେତ୍ର ଓ ସଂସଦରେ ଭଲ ପ୍ରଦର୍ଶନ କରି ଆସୁଛନ୍ତି ବୋଲି ଦାବି କରୁଥିବା କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ରିପୋର୍ଟ କାଡର଼୍ର ପ୍ରଥମ ୫ ସ୍ଥାନରେ ରହିପାରିନାହାନ୍ତି  । ଏହି ତାଲିକାରେ ସିଦ୍ଧାନ୍ତ ୧୮ତମ ସ୍ଥାନରେ ଥିବାବେଳେ କଟକ, ଜଗତସିଂହପୁର, ବାଲେଶ୍ୱର, ଢେଙ୍କାନାଳ ଓ ସମ୍ବଲପୁର ସାଂସଦ ପ୍ରଥମ ୫ ସ୍ଥାନରେ ରହିଛନ୍ତି  । 

    ବ୍ରହ୍ମପୁର ସାଂସଦ ଭାବେ ଦ୍ୱିତୀୟ ଥର ନିର୍ବାଚିତ ହୋଇଥିବା ସିଦ୍ଧାନ୍ତ ଗତ ୪ ବର୍ଷ ମଧ୍ୟରେ ସଂସଦରେ ଗୋଟିଏ ବି ପ୍ରଶ୍ନ ପଚାରିନାହାନ୍ତି  । ତେବେ ସେ ସଂସଦରେ ୨୦୦ ଦିନ ଉପସ୍ଥିତ ଥିବାବେଳେ ୬ଟି ବିତର୍କରେ ଅଂଶଗ୍ରହଣ କରିଛନ୍ତି  । ପ୍ରଶ୍ନ ପଚାରିବାରେ ସର୍ବାଗ୍ରେ ଅଛନ୍ତି ସମ୍ବଲପୁର ସାଂସଦ ନଗେନ୍ଦ୍ର ପ୍ରଧାନ  । ସେ ୫୪୦ଟି ପ୍ରଶ୍ନ କରିଛନ୍ତି  । ସେହିପରି କଟକ ସାଂସଦ ଭର୍ତ୍ତୃହରି ମହତାବ ୫୦୫, କେନ୍ଦ୍ରାପଡ଼ା ସାଂସଦ ୪୫୮, ବାଲେଶ୍ୱର ସାଂସଦ ରବୀନ୍ଦ୍ର କୁମାର ଜେନା ୪୪୮ ଓ କଳିକେଶ ସିଂହଦେଓ ୪୦୦ ପ୍ରଶ୍ନ ପଚାରିଥିବା ଜାଣିବାକୁ ମିଳିଛି  । ସେହିପରି ମହତାବ ସର୍ବାଧିକ ୨୮୮ ବିତର୍କରେ ଅଂଶଗ୍ରହଣ କରିଥିବାବେଳେ ବାଲେଶ୍ୱର ସାଂସଦ ୨୭୧, ଜଗତସିଂହପୁର ସାଂସଦ ୧୧୮, ଢେଙ୍କାନାଳ ସାଂସଦ ୮୨, ନବରଙ୍ଗପୁର ସାଂସଦ ୬୭ ବିତର୍କରେ ଭାଗ ନେଇଛନ୍ତି  । ଅପରପକ୍ଷରେ ଓଡ଼ିଶାର ଏକମାତ୍ର ସାଂସଦ ଭାବେ ଜଗତସିଂହପୁର ସାଂସଦ ସଂସଦର ସମସ୍ତ କାର୍ଯ୍ୟଦିବସରେ ଦସ୍ତଖତ ମାରିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି  । 

    Maximum 500 characters

    ବିଶେଷ View all

    Find Us on Facebook