Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ଭୁବନେଶ୍ୱର ରେଳ ଷ୍ଟେସନର ଉନ୍ନତି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନନେଲେ କଂଗ୍ରେସ ଆନେ୍ଦାଳନକୁ ଓହ୍ଲାଇବ : ମାନସ ଚୌଧୁରୀ

    Share on :
    Date: Jun 13, 2018    Views: 811

    ଭୁବନେଶ୍ୱର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କଳି ପାଇଁ ଭୁବନେଶ୍ୱର ରେଳ ଷ୍ଟେସନର ଉନ୍ନତିକରଣ କାର୍ଯ୍ୟ ଅଟକି ରହିଥିବାରୁ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ କ୍ଷୋଭ ପ୍ରକାଶ କରିଛନ୍ତି  । ସେ କହିଛନ୍ତିଯେ, ଜନତାଙ୍କ ପାଇଁ ନୁହେଁ ବରଂ ଭୋଟ୍ ପାଇଁ ମାଇଲେଜ ନେବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତିଯୋଗିତା କରୁଥିବା ସ୍ପଷ୍ଟ ହୋଇଛି  । ନାନାଦି ଅବ୍ୟବସ୍ଥା ମଧ୍ୟରେ ଗତି କରୁଥିବା ଭୁବନେଶ୍ୱର ରେଳଷ୍ଟେସନର ଉନ୍ନତୀକରଣ ନିତାନ୍ତ ଅପରିହାର୍ଯ୍ୟ ହୋଇଥିବାବେଳେ ବିଜେଡ଼ି ଓ ବିଜେପିର ହୀନ ରାଜନୀତି ଅତ୍ୟନ୍ତ ନିନ୍ଦନୀୟ  । ବିକାଶକୁ ନେଇ ରାଜନୀତି ନକରି ତୁରନ୍ତ କେନ୍ଦ୍ରର ବିଜେପି ସରକାର ଓ ରାଜ୍ୟର ବିଜେଡ଼ି ସରକାର ଭୁବନେଶ୍ୱର ରେଳ ଷ୍ଟେସନର ଉନ୍ନତୀକରଣ ପାଇଁ ଏମଓୟୁ ସ୍ୱାକ୍ଷର କରିବା ସହ କାର୍ଯ୍ୟାରମ୍ଭ କରିବାକୁ ସେ ଦାବି କରିଛନ୍ତି  । ଯଦି ଏନେଇ ଉଭୟ ସରକାର ପଦକ୍ଷେପ ଗ୍ରହଣ ନକରନ୍ତି ତେବେ ଭୁବନେଶ୍ୱରବାସୀଙ୍କ ସ୍ୱାର୍ଥ ଓ ହକ୍ ପାଇଁ ଜିଲ୍ଳା କଂଗ୍ରେସ ଆନେ୍ଦାଳନକୁ ଓହ୍ଲାଇବାକୁ ବାଧ୍ୟ ହେବବୋଲି ଶ୍ରୀ ଚୌଧୁରୀ ଚେତାବନୀ ଦେଇଛନ୍ତି  ।

    Read more

    ମଦ୍ରାସାରୁ ଅର୍ଥ ତୋଷରପାତ ଓ ଅପରାଧିକ କାର୍ଯ୍ୟକଳାପରେ ସଂପୃକ୍ତ କନଷ୍ଟେବଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ : ମାନସ ଚୌଧୁରୀ

    କଟକ : ମଦ୍ରାସାରୁ ବ୍ୟାପକ ଅର୍ଥ ତୋଷରପାତ କରିବା ସହ ଅପରାଧିକ କାର୍ଯ୍ୟକଳାପରେ ସଂପୃକ୍ତ ଥିବା କନଷ୍ଟେବଳ ଏହସାନ ଅଲ୍ଲୀ ଖାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ବରିଷ୍ଠ କଂଗ୍ରେସ ନେତା ମାନସ ଚୌଧୁରୀ ଦାବି କରିଛନ୍ତି  ।

    ଶ୍ରୀ ଚୌଧୁରୀ ...

    Read more

    ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତିଙ୍କୁ ବିପୁଳ ସ୍ୱାଗତ

    ସମସ୍ତଙ୍କୁ ସାଙ୍ଗରେ ନେଇ ଦଳକୁ ସୁଦୃଢ଼ କରିବି : ମାନସ ଚୌଧୁରୀ
    ଭୁବନେଶ୍ୱର : ନବନିଯୁକ୍ତ ଭୁବନେଶ୍ୱର ଜିଲ୍ଳା ସଭାପତି ମାନସ ଚୌଧୁରୀଙ୍କୁ କଂଗ୍ରେସ କର୍ମୀମାନେ ବିପୁଳ ସ୍ୱାଗତ ଜଣାଇଛନ୍ତି । ନୂଆଦିଲ୍ଲୀରୁ ଭୁବନେଶ୍ୱର ଫେରିବା ପରେ ବିମାନବନ୍ଦରରୁ ...

    Maximum 500 characters

    ଆଂଚଳିକ View all

    Find Us on Facebook