Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଆଧ୍ୟାତ୍ମିକ ଗୁରୁ ଭାଇୟୁ ମହାରାଜଙ୍କ ଆତ୍ମହତ୍ୟା

    Share on :
    Date: Jun 12, 2018    Views: 1145

    ଇନେ୍ଦାର : ଆଧ୍ୟାତ୍ମିକ ଗୁରୁ ଭାଇୟୁ ମହାରାଜ ଆତ୍ମହତ୍ୟା କରିଛନ୍ତି  । ନିଜ ମୁଣ୍ଡକୁ ଗୁଳିକରି ସେ ଆତ୍ମହତ୍ୟା କରିଛନ୍ତି  । ତେବେ କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ  । ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶରେ ବେଶ୍ ଲୋକପ୍ରିୟତା ଅର୍ଜନ କରିଥିବା ଭାଇୟୁଙ୍କୁ ନିକଟରେ ମଧ୍ୟପ୍ରଦେଶ ସରକାର ରାଷ୍ଟ୍ରମନ୍ତ୍ରୀ ମାନ୍ୟତା ଦେଇଥିଲେ  ।

    ଇନେ୍ଦାର ଆଶ୍ରମରେ ସେ ଆତ୍ମହତ୍ୟା କରିଥିବାବେଳେ ପୁଲିସ ସୁଇସାଇଡ଼ ନୋଟ ପାଇଛି  । ତେବେ ସେ ମାନସିକ ଚାପରେ ଥିବା ଉଲ୍ଲେଖ କରିଛନ୍ତି  । ଗୁଳି ମାଡ଼ ଶବ୍ଦ ଶୁଣି ଅନ୍ତେବାସୀମାନେ ତୁରନ୍ତ ଭାଇୟୁଙ୍କ ରୁମ୍କୁ ଯାଇଥିଲେ  । ତେବେ ସେଠାରୁ ତାଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ନିକଟସ୍ଥ ବମ୍ବେ ହସପିଟାଲରେ ଭର୍ତ୍ତି କରାଯାଇଥିଲା  । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ  ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook