Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତିଙ୍କୁ ବିପୁଳ ସ୍ୱାଗତ

    Share on :
    Date: Jun 12, 2018    Views: 5377

    ସମସ୍ତଙ୍କୁ ସାଙ୍ଗରେ ନେଇ ଦଳକୁ ସୁଦୃଢ଼ କରିବି : ମାନସ ଚୌଧୁରୀ
    ଭୁବନେଶ୍ୱର : ନବନିଯୁକ୍ତ ଭୁବନେଶ୍ୱର ଜିଲ୍ଳା ସଭାପତି ମାନସ ଚୌଧୁରୀଙ୍କୁ କଂଗ୍ରେସ କର୍ମୀମାନେ ବିପୁଳ ସ୍ୱାଗତ ଜଣାଇଛନ୍ତି । ନୂଆଦିଲ୍ଲୀରୁ ଭୁବନେଶ୍ୱର ଫେରିବା ପରେ ବିମାନବନ୍ଦରରୁ ଏକ ବିରାଟ ମୋଟର ସାଇକେଲ ରାଲିରେ ତାଙ୍କୁ ପାଛୋଟି ଅଣାଯାଇଥିଲା  । 

    ଗଣମାଧ୍ୟମର ବିଭିନ୍ନ ପ୍ରଶ୍ନର ଉତରରେ ଶ୍ରୀ ଚୌଧୁରୀ କହିଛନ୍ତିଯେ, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଭଳି ଏକ ଗୁରୁ ଦାୟିତ୍ୱ ମୋତେ ଦଳ ପକ୍ଷରୁ ଦିଆଯାଇଥିବାରୁ ମୁଁ ଏଆଇସିସି ସଭାପତି ରାହୁଲ ଗାନ୍ଧୀ ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରୁଛି  । ଦଳ ମୋ ଉପରେ ଯେଉଁ ଆସ୍ଥା ପ୍ରକଟ କରିଛି, ମୁଁ ସେହି ଆସ୍ଥା ପ୍ରତିପାଦନ କରିବି  । ନିରଞ୍ଜନ ପଟ୍ଟନାୟକ ସଭାପତି ହେବା ପରେ ଆପଣମାନେ ଦେଖୁଥିବେ ସାରା ରାଜ୍ୟରେ କଂଗ୍ରେସ ଚଳଚଂଚଳ ହୋଇଛି  । କଂଗ୍ରେସ କର୍ମୀଙ୍କ ମନରେ ଉତ୍ସାହ ଭରିଯାଇଛି  । ରାହୁଲ ଗାନ୍ଧୀଙ୍କ ଲୋକପ୍ରିୟତା ମଧ୍ୟ ବଢ଼ିବାରେ ଲାଗିଛି  । କଂଗ୍ରେସର ଆଦର୍ଶ, ରାହୁଲ ଗାନ୍ଧୀଙ୍କ ମାର୍ଗଦର୍ଶନ ଓ ନିରଞ୍ଜନଙ୍କ ନେତୃତ୍ୱରେ ଦଳ ଆହୁରି ସୁଦୃଢ଼ ହେବ ବୋଲି ସେ କହିଛନ୍ତି  ।

    ଆଗାମୀ ଦିନରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସକୁ ଚଳଚଂଚଳ କରିବା ସମ୍ପର୍କରେ ସେ କହିଲେଯେ, ଜିଲ୍ଲାର ସମସ୍ତ କର୍ମୀ ଓ ନେତା ମିଳିତ ଭାବେ ବସି ଦଳର ରଣନୀତି ନିର୍ଦ୍ଧାରଣ କରିବୁ  । ରାଜଧାନୀବାସୀଙ୍କ ହକ୍ ପାଇଁ କଂଗ୍ରେସ ଲଢେ଼ଇ କରିବ ବୋଲି ସେ ପ୍ରକାଶ କରିଛନ୍ତି  ।

    Maximum 500 characters

    ଆଂଚଳିକ View all

    Find Us on Facebook