Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ସାଂସଦ ପଦରୁ ଇସ୍ତଫା ଦେଲେ ବୈଜୟନ୍ତ

    Share on :
    Date: Jun 12, 2018    Views: 3559

    ଭୁବନେଶ୍ୱର : କେନ୍ଦ୍ରାପଡ଼ା ଲୋକସଭା ସାଂସଦ ପଦରୁ ବୈଜୟନ୍ତ ପଣ୍ଡା ଇସ୍ତଫା ଦେଇଛନ୍ତି । ଆଜି ସେ ବାଚସ୍ପତିଙ୍କ ନିକଟକୁ ତାଙ୍କର ଇସ୍ତଫା ପତ୍ର ପଠାଇ ଦେଇଛନ୍ତି । ଟ୍ୱିଟ୍ ଜରିଆରେ ଏହା ସ୍ପଷ୍ଟ କରିଛନ୍ତି ବୈଜୟନ୍ତ ।

    ନିଜ ଟ୍ୱିଟ୍ରେ ବୈଜୟନ୍ତ ଉଲ୍ଲେଖ କରିଛନ୍ତି ଯେ, ବିଜୁ ଜନତା ଦଳରୁ ଇସ୍ତଫା ଦେବାବେଳେ ସେ ସାଂସଦ ପଦରୁ ଇସ୍ତଫା ଦେବେ ବୋଲି କହିଥିଲେ । ପିତାଙ୍କ ଶୁଦ୍ଧି କର୍ମ ପରେ ସେ ଲୋକସଭାର ବାଚସ୍ପତିଙ୍କୁ ଇସ୍ତଫା ଦେବେ । ତେବେ ଇସ୍ତଫା ଦେବା ପାଇଁ ପରମ୍ପରା ଦୃଷ୍ଟିରୁ ବାଚସ୍ପତିଙ୍କୁ ଭେଟିବାକୁ ଚାହିଁଥିଲେ । କିନ୍ତୁ ବାଚସ୍ପତି ବିଦେଶରେ ଥିବାରୁ ସେ ଭେଟିପାରି ନାହାନ୍ତି । ତେଣୁ ବାଚସ୍ପତିଙ୍କ ନିକଟକୁ ସେ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି ବୋଲି ବୈଜୟନ୍ତ କହିଛନ୍ତି । 

    ବୈଜୟନ୍ତ ଇସ୍ତଫା ଦେବା ପରେ ସେ ଖୁବଶୀଘ୍ର ଅନ୍ୟ ଦଳରେ ଯୋଗଦେବେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ନିକଟରେ ସେ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ତାଙ୍କ ପାଇଁ ବହୁ ବିକଳ୍ପ ଖୋଲା ରହିଛି ବୋଲି କହିଥିଲେ ମଧ୍ୟ ସେ ବିଜେପିରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଛି ।

    Maximum 500 characters

    ରାଜନୀତି View all

    Find Us on Facebook