Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଗଣମାଧ୍ୟମ ଉପରେ ବର୍ଷିଲେ ନିରଞ୍ଜନ

    Share on :
    Date: Jun 12, 2018    Views: 4307

    ଭୁବନେଶ୍ୱର : ‘ୱାନ ମ୍ୟାନ, ୱାନ ପୋଷ୍ଟ’କୁ ନେଇ ପ୍ରକାଶିତ ଖବରକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଗଣମାଧ୍ୟମ ଉପରେ ବର୍ଷିଛନ୍ତି  । କଂଗ୍ରେସ ସମ୍ପର୍କରେ ଗଣମାଧ୍ୟମ ଅପପ୍ରଚାର କରୁଛି ବୋଲି ସେ କହିଛନ୍ତି  ।

    ନିରଞ୍ଜନ କହିଲେଯେ, ସେ କେବେ କହିନାହାନ୍ତି ଯିଏ ଦଳୀୟ ପଦବୀରେ ଥିବ ସେ ନିର୍ବାଚନ ଲଢ଼ିପାରିବ ନାହିଁ  । ଯଦି ସେମିତି କହିଥିବେ ତେବେ ତାହାର ଭିଜୁଆଲ ଗଣମାଧ୍ୟମ ପାଖରେ ଅଛି କି ବୋଲି ପ୍ରଶ୍ନ କରିଥିଲେ  । ଗଣମାଧ୍ୟମରେ ଅଯଥା କଂଗ୍ରେସକୁ ନେଇ ଅପପ୍ରଚାର କରାଯାଉଛି  । ବିଜୟ ସମ୍ଭାବନା ଥିବା ବ୍ୟକ୍ତିଙ୍କୁ କଂଗ୍ରେସ ପ୍ରାର୍ଥୀ କରିବ  । ଦଳର ତିନି ବିଧାୟକ ଜିଲ୍ଲା ସଭାପତି ଦାୟିତ୍ୱରେ ଥିଲେ  । ସେହି ତିନି ବିଧାୟକ ଆଗାମୀ ନିର୍ବାଚନରେ ପ୍ରାର୍ଥୀ ହେବେ  । ତେଣୁ ବିଧାନସଭା କ୍ଷେତ୍ରରେ ଅଧିକ ସମୟ ଦେବା ପାଇଁ ସେମାନେ ଜିଲ୍ଲା ସଭାପତି ରହିଲେ ନାହିଁ  । ମୁଁ ସଭାପତି, ଆମର ତିନି କାର୍ଯ୍ୟକାରୀ ସଭାପତି ମଧ୍ୟ ଅଛନ୍ତି  । ତାମାନେ ଆମେମାନେ କେହି ନିର୍ବାଚନ ଲଢ଼ିବୁ ନାହିଁ କି ବୋଲି ସେ ପ୍ରଶ୍ନ କରିଛନ୍ତି  ।

    କୋରାପୁଟ କଂଗ୍ରେସ ମଧ୍ୟରେ ଥିବା ବିବାଦକୁ ନେଇ ପ୍ରଶ୍ନର ଉତ୍ତରରେ ନିରଞ୍ଜନ କହିଲେଯେ, ସେଇଟା ଆମ ଘର କଥା  । ଆମେ ଦୂର କରିବୁ  । ଆପଣମାନଙ୍କର ମୁଣ୍ଡ କାଇଁ ବିନ୍ଧୁଛି ବୋଲି ନିରଞ୍ଜନ କହିଛନ୍ତି  । ସେହିପରି ଦଳୀୟ ଶୃଙ୍ଖଳା ନେଇ ଖୁବଶୀଘ୍ର ସର୍କୁଲାର ଜାରି ହେବ  । କୌଣସି ନେତା ଦଳ ଓ ଶୃଙ୍ଖଳାରୁ ଉଦ୍ଧ୍ୱର୍ରେ ନାହାନ୍ତି  । ଗଣମାଧ୍ୟମ ପାଇଁ ଯେଉଁମାନଙ୍କୁ ଦାୟିତ୍ୱ ଦିଆଯିବ ସେହିମାନେ ହିଁ କେବଳ ମିଡିଆରେ କହିପାରିବେ ବୋଲି ନିରଞ୍ଜନ କହିଛନ୍ତି  ।

    Maximum 500 characters

    ରାଜନୀତି View all

    Find Us on Facebook