Jun 19, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ବାଜପାୟୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର, ସୁସ୍ଥ ହେବା ପର୍ଯ୍ୟନ୍ତ ଏମସରେ ରହିବେ

    Share on :
    Date: Jun 12, 2018    Views: 493

    ନୂଆଦିଲ୍ଲୀ : ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି  । ତାଙ୍କୁ ଆଂଟିବାୟୋଟିକ୍ ଦିଆଯାଉଛି  । ତେବେ ସଂକ୍ରମଣ ନିୟନ୍ତ୍ରଣ ହେବା ପର୍ଯ୍ୟନ୍ତ ଏମସରେ ତାଙ୍କର ଚିକିତ୍ସା କରାଯିବ  । ଏମସ ପକ୍ଷରୁ ଜାରି ହେଲଥ ବୁଲେଟିନରେ ଏହା ଉଲ୍ଳେଖ ରହିଛି  ।

    ସୂଚନାଯୋଗ୍ୟଯେ, ନିୟମିତ ବ୍ୟବଧାନରେ ବାଜପାୟୀ ଏମସ ଯାଇଥା’ନ୍ତି  । ସେଠାରେ ପ୍ରାୟ ସାତ ଆଠ ଘଂଟା ଧରି ଚିକିତ୍ସା ଓ ପରୀକ୍ଷାନୀରିକ୍ଷା ହେବା ପରେ ପୁଣି ଡିସଚାର୍ଜ ହୋଇଥା’ନ୍ତି  । କିନ୍ତୁ ଗତକାଲି ତାଙ୍କୁ ଏମସରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡିସଚାର୍ଜ କରାଯାଇନଥିଲା  । ତାଙ୍କର ପରିଶ୍ରାନଳୀ ସଂକ୍ରମଣ ହୋଇଥିବା ଜାଣିବାକୁ ମିଳିଛି  । ଏବେ ବାଜପାୟୀ ଶ୍ୱାସନଳୀ ଓ ପରିଶ୍ରା ନଳୀ ସଂକ୍ରମଣ ସହ କିଡ଼ନୀ ରୋଗରେ ଆକ୍ରାନ୍ତ ଅଛନ୍ତି  । ଦୀର୍ଘଦିନ ଧରି ଅସୁସ୍ଥ ଥିବା ୯୩ ବର୍ଷୀୟ ବାଜପାୟୀଜୀ ଏମସରେ ଭର୍ତି ହେବା ପରେ କାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଏମସ ଯାଇ ଡାକ୍ତରମାନଙ୍କ ଠାରୁ ତାଙ୍କର ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ  । ଅନେକ ସ୍ଥାନରେ ବାଜପାୟୀଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ପାଇଁ ଯଜ୍ଞ ଓ ହୋମ କରାଯାଉଥିବା ଜାଣିବାକୁ ମିଳିଛି  ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook