Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ୱାନ ମ୍ୟାନ-ୱାନ ପୋଷ୍ଟ ଫର୍ମୂଲାକୁ ଖଣ୍ଡନ କଲେ ଭକ୍ତ ଦାସ

    Share on :
    Date: Jun 11, 2018    Views: 2027

    ଭୁବନେଶ୍ୱର (ଓଡିଆ ସ୍ପଟ ନୁ୍ୟଜ) : ୱାନ ମ୍ୟାନ୍-ୱାନ ପୋଷ୍ଟ  । କଂଗ୍ରେସର ଏହି ନୂଆ ଫର୍ମୂଲାକୁ ନେଇ ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ ଆପତ୍ତି ଉଠାଇଥିବାବେଳେ ଆଜି ଏଭଳି ଫର୍ମୂଲାକୁ ଖଣ୍ଡନ କରିଛନ୍ତି ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଚରଣ ଦାସ  । ସେ କହିଛନ୍ତିଯେ, ଯେକୌଣସି ଅଫିସ ବିୟରର ନିର୍ବାଚନ ଲଢ଼ିପାରିବେ  । ତେବେ ବିଜୟ ସମ୍ଭାବନା ହିଁ ଟିକେଟ ପାଇବାର ମାପକାଠି ବୋଲି ଭକ୍ତ ସ୍ପଷ୍ଟ କରିଛନ୍ତି  । ଏଠାରେ ସୂଚାଇ ଦିଆଯାଇପାରେଯେ, କଟକ ଜିଲ୍ଲା ସଭାପତି ପଦରୁ ପ୍ରକାଶ ବେହେରା ଇସ୍ତଫା ଦେବାବେଳେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ୱାନ ମ୍ୟାନ୍-ୱାନ ପୋଷ୍ଟ କଥା ଉଠାଇଥିଲେ  । ପରେପରେ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ମଧ୍ୟ ତାହାକୁ ସମର୍ଥନ କରିଥିଲେ  । ସେ ମୁଖ୍ୟ ସଚେତକ ଥିବାରୁ କାର୍ଯ୍ୟକାରୀ ସଭାପତି ହୋଇପାରିନଥିଲେ ବୋଲି କହିଥିଲେ  । 

    Maximum 500 characters

    ରାଜନୀତି View all

    Find Us on Facebook