Jun 19, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ବଜ୍ରପାତ ଚିନ୍ତା : ଆର୍ଥ ୱାର୍କ ସହ ହେବ ବୁଝାମଣା

    Share on :
    Date: Jun 11, 2018    Views: 51

    ଭୁବନେଶ୍ୱର : ବଜ୍ରପାତରେ ପ୍ରତିବର୍ଷ ମୃତାହତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି  । ବଜ୍ରପାତରେ କିଭଳି ଜୀବନ ହାନି ନଘଟିବ ସେନେଇ ସରକାର ବେଶ ଗୁରୁତର ସହ ଚିନ୍ତା କରୁଛନ୍ତି  । ଆଗୁଆ ବଜ୍ରପାତ ସମ୍ପର୍କିତ ସୂଚନା ପ୍ରଦାନ କରାଗଲେ ବଜ୍ରପାତ ମୃତୁ୍ୟକୁ ରୋକାଯାଇପାରିବ ବୋଲି ଆଶା କରାଯାଉଛି  । ଏଥିପାଇଁ ରାଜ୍ୟ ସରକାର ଆର୍ଥ ୱାର୍କ ନାମକ ଏକ ସଂସ୍ଥା ସହ ବୁଝାମଣା କରିବାକୁ ଚିନ୍ତା କରିଛନ୍ତି  । ଆସନ୍ତା ସପ୍ତାହକ ମଧ୍ୟରେ ଏହି ବୁଝାମଣା ହେବ  । ପ୍ରତ୍ୟେକ ଜିଲ୍ଲାରେ ଲାଇଟ ସେନସିଂ ମେସିନ୍ ଲାଗିବ  । ବଡ଼ ଅଟ୍ଟାଳିକା ଓ ମନ୍ଦିରମାନଙ୍କରେ ଏହି ମେସିନ ଲାଗିବ  । ଯାହାଦ୍ୱାରା ବଜ୍ରପାତର ୩୦ ମିନିଟ ପୂର୍ବରୁ ସୂଚନା ମିଳିପାରିବ  ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook