Jun 21, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ସଗରିଆଙ୍କୁ ଇସ୍ତଫା ଦେବା ପାଇଁ ମୀନାକ୍ଷି ବାହିନୀପତିଙ୍କ ଆହ୍ୱାନ

    Share on :
    Date: Jun 11, 2018    Views: 1257

    କୋରାପୁଟରୁ କ୍ରାନ୍ତି ପଟ୍ଟନାୟକ : କୋରାପୁଟରେ ତାରା ବାହିନୀପତି ଓ କୃଷ୍ଣଚନ୍ଦ୍ର ସଗରିଆଙ୍କ ମଧ୍ୟରେ ବିବାଦ ଘନେଇବାରେ ଲାଗିଛି  । ଏନେଇ ଏଆଇସିସି ହସ୍ତକ୍ଷେପ କରିଥିଲେ ମଧ୍ୟ ଏହାର ପ୍ରଭାବ ଉଭୟଙ୍କ ଉପରେ ପଡ଼ିଥିବା ପରିଲକ୍ଷିତ ହେଉନାହିଁ  । ତାରା ବାହିନୀପତିଙ୍କ ପନôୀ ମୀନାକ୍ଷି ବାହିନୀପତିଙ୍କୁ ପୁଣି ଜିଲ୍ଲା କଂଗ୍ରେସ ସଭାପତି କରାଯାଇଥିବାରୁ ସଗରିଆ ଫିଡ଼ିକି ଯାଇଛନ୍ତି  । ମୀନାକ୍ଷିଙ୍କ ନିଯୁକ୍ତିକୁ ସେ ନାପସନ୍ଦ କରିଛନ୍ତି  । ଅପରପକ୍ଷରେ ଏହାର ଦୃଢ଼ ଜବାବ ଦେଇଛନ୍ତି ମୀନାକ୍ଷି  । ସିଧାସିଧା କହିଛନ୍ତି, ସଗରିଆ ତୁରନ୍ତ ଇସ୍ତଫା ଦେଇଦେବା ଉଚିତ୍  । ଦଳରେ ରହି ଯେଉଁମାନେ ବିବାଦ ସୃଷ୍ଟି କରୁଛନ୍ତି ସେମାନଙ୍କ ପାଇଁ କଂଗ୍ରେସରେ ସ୍ଥାନ ନାହିଁ ବୋଲି ମୀନାକ୍ଷି କହିଛନ୍ତି  ।

    ସୂଚନାଯୋଗ୍ୟଯେ, ଗତ କିଛି ମାସ ଧରି ତାରା ଓ ସଗରିଆଙ୍କ ମଧ୍ୟରେ ବିବାଦ ତୀବ୍ରତର ହେବାରେ ଲାଗିଛି  । ତାରାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଅଡ଼ି ବସିଛନ୍ତି ସଗରିଆ  । ଏମିତିକି ତାରାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେଲେ ଇସ୍ତଫା ଦେବାର ମଧ୍ୟ ଧମକ ଦେଇଛନ୍ତି  । ଅପରପକ୍ଷରେ ଏଆଇସିସି ହାଇକମାଣ୍ଡ ରାହୁଲ ଗାନ୍ଧୀ ମଧ୍ୟ ଏନେଇ ଅନୁଧ୍ୟାନ କରି ରିପୋର୍ଟ ଦେବାକୁ ପିସିସିକୁ ନିଦେ୍ର୍ଧଶ ଦେଇଛନ୍ତି  ।

    ଗତ ୯ରେ ଜିଲ୍ଲା କଂଗ୍ରେସ କମିଟି ସଭାପତିଙ୍କ ତାଲିକା ପ୍ରକାଶ ପାଇଥିଲା  । ତେବେ କୋରାପୁଟ ଜିଲ୍ଲା କଂଗ୍ରେସ ସଭାନେତ୍ରୀ ଭାବେ ପୁନଃନିଯୁକ୍ତି ପାଇଥିବା ମୀନାକ୍ଷି ବାହିନୀପତିଙ୍କୁ ନେଇ ସଗରିଆ ଅସନ୍ତୋଷ ପ୍ରକାଶ କରିଛନ୍ତି  । ସେ କହିଛନ୍ତିଯେ, କୌଣସି ନିର୍ବାଚନରେ ମୀନାକ୍ଷି ପ୍ରାର୍ଥୀଙ୍କୁ ସହଯୋଗ କରିନାହାନ୍ତି  । ବିଧାୟକମାନେ ନିଜ ଦକ୍ଷତା ଓ କର୍ମୀଙ୍କ ସହଯୋଗରେ ବିଜୟୀ ହୋଇଛନ୍ତି  । ଗତ ପଂଚାୟତ ନିର୍ବାଚନରେ ମଧ୍ୟ ମୀନାକ୍ଷି ଗୋଟିଏ ହେଲେ ପଂଚାୟତ ବୁଲିନାହାନ୍ତି  । ସଭାନେତ୍ରୀ ହୋଇଥିଲେବି କୌଣସି ବ୍ଲକକୁ ଯାଆନ୍ତି ନାହିଁ ବୋଲି ସଗରିଆ କହିଛନ୍ତି  ।

    ଏନେଇ ପ୍ରତିକ୍ରିୟା ବ୍ୟକ୍ତ କରି ମୀନାକ୍ଷି କହିଛନ୍ତିଯେ, ସଗରିଆ ତୁରନ୍ତ ଇସ୍ତଫା ଦେଇଦେବା ଉଚିତ୍  । ସେ କେବେ ଥରେ ହେଲେ ୱାଡର଼୍ମେମ୍ବର, ସରପଂଚ କିମ୍ବା ସମିତି ସଭ୍ୟରେ ପ୍ରତିଦ୍ୱନ୍ଦ୍ୱିତା କରି ବିଜୟୀ ହୋଇନାହାନ୍ତି  । ସିଧାସଳଖ କଂଗ୍ରେସ ଟିକେଟ ପାଇ ବିଧାୟକ ହୋଇଛନ୍ତି  । ଯଦି ଦଳ ପାଇଁ ସେ କାମ କରିନଥିଲେ ତେବେ ଜିଲ୍ଲାର ୪ ବିଧାନସଭା ଆସନରେ କଂଗ୍ରେସ କିଭଳି ବିଜୟୀ ହେଲା ବୋଲି ପାଲଟା ପ୍ରଶ୍ନ କରିଛନ୍ତି  । ସେ ସଭାପତି ଭାବେ କାମ କରୁଛନ୍ତି କି ନାହିଁ ସଗରିଆଙ୍କ ସାର୍ଟିଫିକେଟର ଆବଶ୍ୟକତା ନାହିଁ ବୋଲି ପ୍ରକାଶ କରିଛନ୍ତି  ।

    Maximum 500 characters

    ରାଜନୀତି View all

    Find Us on Facebook