Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଛତିଶଗଡ଼ ପାଣି ଅଟକାଉଛି : ଧର୍ମେନ୍ଦ୍ର

    Share on :
    Date: Jun 10, 2018    Views: 893

    ଭୁବନେଶ୍ୱର : ଛତିଶଗଡ଼ ପାଣି ଅଟକାଉଛି  । ଫଳରେ ତଳମୁଣ୍ଡକୁ ପାଣି ଆସିପାରୁନାହିଁ  । ଅଣମୌସୁମୀ ସମୟରେ ଓଡ଼ିଶାକୁ ପାଣି ଆସିପାରୁନାହିଁ  । ଛତିଶଗଡ଼ ଭୁଲ କରୁଛି  । ଛତିଶଗଡ଼ର ଏଭଳି କାର୍ଯ୍ୟକୁ ଆମେ ସମର୍ଥନ କରିବାର ପ୍ରଶ୍ନ ଉଠୁନାହିଁ  । ଛତିଶଗଡ଼ ଉପରେ ଚାପ ପକାଇବାର ଆବଶ୍ୟକତା ରହିଛି  । ଯାହାଫଳରେ ଓଡ଼ିଶା ପାଣି ପାଇପାରିବ  । ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରନ୍ତୁ  । ଆମେ ସହଯୋଗ କରିବୁ  । ଏକଥା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  । 

    ଅପରପକ୍ଷରେ ଧର୍ମେନ୍ଦ୍ରଙ୍କ ସ୍ୱୀକାରୋକ୍ତିକୁ ନେଇ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତିଯେ, ଜନମତ ଚାପରେ ଧର୍ମେନ୍ଦ୍ର ସତ ସ୍ୱୀକାର କରିବାକୁ ବାଧ୍ୟ ହୋଇଛନ୍ତି  । ଏତେ ଦିନ ପରେ ବିଜେପି ନେତାମାନେ ଜାଣିପାରିଲେ  । ସତ ସ୍ୱୀକାର କରିଥିବାରୁ ସେମାନଙ୍କୁ ଧନ୍ୟବାଦ  । ଯଦି ତାଙ୍କର ଆନ୍ତରିକତା ଅଛି, ତେବେ ଛତିଶଗଡ଼ ଉପରେ ଚାପ ପକାନ୍ତୁ ବୋଲି ପ୍ରସନ୍ନ କହିଛନ୍ତି  ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook