Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ମାନିବିନି ୱାନ ମ୍ୟାନ୍, ୱାନ ପୋଷ୍ଟ ନିୟମ : ସୁର

    Share on :
    Date: Jun 10, 2018    Views: 4127

    ଭୁବନେଶ୍ୱର (ଓଡ଼ିଆ ସ୍ପଟ ନୁ୍ୟଜ) : ଜିଲ୍ଲା ସଭାପତିଙ୍କ ନାମ ଘୋଷଣା ପ୍ରକାଶ ପାଇବାର ଚବିଶ ଘଂଟା ପୂରିନି ହେଲେ କଂଗ୍ରେସରେ କେଁ ଆରମ୍ଭ ହୋଇଗଲାଣି  । ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ଦଳର ସଭାପତି ଓ କାର୍ଯ୍ୟକାରୀ ସଭାପତିମାନଙ୍କୁ ଟାର୍ଗେଟ୍ କରିଛନ୍ତି  । ଦଳର ୱାନ ମ୍ୟାନ୍, ୱାନ୍ ପୋଷ୍ଟ ନିୟମକୁ ସେ ମାନିବେ ନାହିଁ ବୋଲି ସୁର କହିଛନ୍ତି  । ସେମିତି ହେଲେ ନିରଞ୍ଜନ, ନବ ଓ ପ୍ରଦୀପ କେହି ରହିବେ ନାହିଁ ବୋଲି ସୁର କହିଛନ୍ତି  । 

    ସୂଚନାଯୋଗ୍ୟଯେ, ଗତକାଲି ପିସିସି ପକ୍ଷରୁ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରାଯାଇଥିଲା  । ସୁର ରାଉତରାୟଙ୍କୁ ଖୋର୍ଦ୍ଧା ଜିଲ୍ଳା ସଭାପତି ମଧ୍ୟ କରାଯାଇଛି  । ତେବେ ସୁରଙ୍କ ସହ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ କମିଟିରେ ତିନି କାର୍ଯ୍ୟକାରୀ ସଭାପତି ମଧ୍ୟ ରଖାଯାଇଛି  । ସେମାନେ ହେଲେ ରାମଚନ୍ଦ୍ର ମହାପାତ୍ର, ଯୋଗୀନାଥ ବାହୁବଳେନ୍ଦ୍ର ଓ ସ୍ୱାଗତିକା ପଟ୍ଟନାୟକ  । ବୋଧହୁଏ ତାଙ୍କ ସହ ତିନି କାର୍ଯ୍ୟକାରୀ ସଭାପତି ନିଯୁକ୍ତି ସେ ସହଜରେ ଗ୍ରହଣ କରିପାରିନାହାନ୍ତି ବୋଲି କୁହାଯାଉଛି  ।

    ସେହିପରି ଯଦି ନିର୍ବାଚନରେ ଠିଆ ହୋଇପାରିବିନି ତେବେ ଏହି ପଦବୀର ମୂଲ୍ୟ କ’ଣ ବୋଲି ମଧ୍ୟ ସୁର ପ୍ରଶ୍ନ କରିଛନ୍ତି  । ଅପରପକ୍ଷରେ ୱାନ ମ୍ୟାନ, ୱାନ ପୋଷ୍ଟ ନିଷ୍ପତିର ପୁନର୍ବିଚାର ହେଉ ବୋଲି ଭୁବନେଶ୍ୱର ଜିଲ୍ଲା କଂଗ୍ରେସର ପୂର୍ବତନ ସଭାପତି ମନୋରଂଜନ ଦାସ କହିଛନ୍ତି  ।

    Maximum 500 characters

    ଅଧିକ ମତାମତ

    କଂଗ୍ରେସ ଦଳକୁ କିଛି ସ୍ୱାର୍ଥବାଦି ତଳକୁ ନେଇଗଲା ପରେବି ତାକଂ ଗର୍ବ ଅହଂକାର ଭାଗିଂନି ।

    Susil senapati

    Jun 10, 2018

    ରାଜନୀତି View all

    Find Us on Facebook