Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ବିଜେପିରେ ମିଶିଲେ ପୂର୍ବତନ ପ୍ରଶାସକ ଅଶୋକ ତ୍ରିପାଠୀ

    Share on :
    Date: Jun 9, 2018    Views: 4575

    ଭୁବନେଶ୍ୱର : ଅବସରପ୍ରାପ୍ତ ଆଇଏଏସ ଅଶୋକ କୁମାର ତ୍ରିପାଠୀ ବିଜେପିରେ ଯୋଗଦେଇଛନ୍ତି  । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଶ୍ରୀ ତ୍ରିପାଠୀ ବିଧିବଦ୍ଧ ଭାବେ ବିଜେପିରେ ସାମିଲ୍ ହୋଇଛନ୍ତି  । ଜଣେ ଦକ୍ଷ ପ୍ରଶାସକ ଭାବେ ଅଶୋକଙ୍କର ସୁଖ୍ୟାତି ରହିଛି  । ୧୯୮୧ ବ୍ୟାଚ୍ ଆଇଏଏସ ଶ୍ରୀ ତ୍ରିପାଠୀ ରାଜସ୍ୱ ପର୍ସଦର ସଭ୍ୟ ଥିବାବେଳେ ବହୁ ସଂସ୍କାର ମୂଳକ ପଦକ୍ଷେପ ଗ୍ରହଣ କରିଥିଲେ  । ରେକଡର଼୍ ରୁମ୍ ଅତ୍ୟାଧୁନିକୀକରଣଠାରୁ କୋର୍ଟ କେଶ୍ ପରିଚାଳନାର କମ୍ପୁଟରୀକରଣ ପର୍ଯ୍ୟନ୍ତ ବହୁ ପଦକ୍ଷେପ ଗ୍ରହଣ କରିଥିଲେ  । ଜମି ବ୍ୟାଙ୍କ ପ୍ରତିଷ୍ଠାରେ ମଧ୍ୟ ତାଙ୍କର ଉଲ୍ଲେଖନୀୟ ଭୂମିକା ରହିଛି  । ଶ୍ରୀ ତ୍ରିପାଠୀଙ୍କର ଯୋଗଦାନ ଦ୍ୱାରା ଦଳ ମଜବୁତ ହେବବୋଲି ବିଜେପି ପକ୍ଷରୁ କୁହାଯାଇଛି  ।

    Maximum 500 characters

    ରାଜନୀତି View all

    Find Us on Facebook