Jun 21, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ବଡ଼ମ୍ବାରୁ ଲଢ଼ିବେ ସମୀର ଦେ !

    Share on :
    Date: Jun 9, 2018    Views: 6397

    କଟକ : ୨୦୦୯ରେ କଟକ-ବାରବାଟୀ ବିଧାନସଭା ଓ ୨୦୧୪ରେ କଟକ ଲୋକସଭା ନିର୍ବାଚନ ହାରିବା ପରେ କଟକରୁ ମୁହଁ ଫେରାଇଛନ୍ତି ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେ  । ନିଜର ଦୁର୍ଗ କଟକ -ବାରବାଟୀରେ ସ୍ଥିତି ଦୋହଲି ଯାଇଥିବାରୁ ସମୀର ଦେ ଏବେ ବଡ଼ମ୍ବା ନିର୍ବାଚନମଣ୍ଡଳୀ ଉପରେ ଆଖେଇଛନ୍ତି  । ଗତ ପଂଚାୟତ ନିର୍ବାଚନରେ କଟକ ଜିଲ୍ଲାରେ ବିଜେପି ବଡ଼ମ୍ବାରେ ହିଁ ସବୁଠୁ ଭଲ ପ୍ରଦର୍ଶନ କରିଥିଲା  । ବିଜେଡ଼ିର ଟାଣୁଆ ନେତା ଦେବୀ ପ୍ରସାଦ ମିଶ୍ର ବଡ଼ମ୍ବାର ପ୍ରତିନିଧିତ୍ୱ କରୁଥିଲେ ମଧ୍ୟ ଆଶ୍ଚର୍ଯ୍ୟଜନକ ଭାବେ ସେଠାରେ ସବୁ ଜିଲ୍ଲା ପରିଷଦ ଆସନ  ବିଜେପି ଖାତାକୁ ଯାଇଥିଲା  । ବଡ଼ମ୍ବାରେ ବିଜେପିର କୌଣସି ଟାଣୁଆ ନେତା ସଂଗଠନ କରୁନଥିଲେ ବି ଦଳ ଆଶାତୀତ ସଫଳତା ପାଇଥିଲା  । ବଡ଼ମ୍ବାରେ ବିଜେପିର ନେତୃତ୍ୱ ସଂକଟ ପରିଲକ୍ଷିତ ହୋଇଥିବାବେଳେ ସମୀର ଦେଙ୍କ ପାଇଁ ଭଲ ସୁଯୋଗ ସୃଷ୍ଟି ହୋଇଥିଲା  । ପଂଚାୟତ ନିର୍ବାଚନ ପରେପରେ ସମୀର ଦେ ଘନଘନ ବଡ଼ମ୍ବା ଗସ୍ତ କରି ନିଜ ସ୍ଥିତିକୁ ମଜବୁତ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି  । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ବଡ଼ମ୍ବାରେ ବିଜେଡ଼ି ଜିଲ୍ଲା ପରିଷଦରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ ମଧ୍ୟ ୯୦% ପଂଚାୟତ ଦଖଲ କରିଥିଲା  । ଫଳରେ ବଡ଼ମ୍ବା ନିର୍ବାଚନମଣ୍ଡଳୀର ଅଧିକାଂଶ ପଂଚାୟତରେ ଏବେ ବିଜେଡ଼ି ସରପଂଚ ଥିବାବେଳେ ବ୍ଲକରେ ବିଜେଡ଼ିର ହିଁ ଅଧ୍ୟକ୍ଷ ରହିଛନ୍ତି  । ଅପରପକ୍ଷରେ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେବା ପରେ ଦେବୀ ଏବେ ନିଜ ନିର୍ବାଚନମଣ୍ଡଳୀ ଉପରେ ଅଧିକ ଫୋକସ କରୁଛନ୍ତି  । ଯାହାର ପ୍ରଭାବ ଏବେ ବଡ଼ମ୍ବାରେ ଦେଖିବାକୁ ମିଳିଛି  । ଦଳର ସବୁ ତୃଣମୂଳସ୍ତରର ନେତାଙ୍କ ସହ ଘନଘନ ବୈଠକ କରି ଦେବୀ ବଡ଼ମ୍ବାରେ ନିଜ ସ୍ଥିତି ସୁଦୃଢ଼ କରିସାରିଲେଣି  । ଏନେଇ ଦେବୀଙ୍କ ଜଣେ ସମର୍ଥକ କହିଛନ୍ତିଯେ, ୨୦୧୯ରେ ବିଜେଡ଼ି ବିପୁଳ ବ୍ୟବଧାନରେ ବଡ଼ମ୍ବାରେ ବିଜୟୀ ହେବ  । ଦେବୀ ମିଶ୍ର ପୁଣି ଥରେ ବିଧାୟକ ହେବା ନିଶ୍ଚିତ  । ସମୀର ଦେ ବଡ଼ମ୍ବାରୁ ବିଧାୟକ ହେବା ପାଇଁ ଯେଉଁ ସ୍ୱପ୍ନ ଦେଖୁଛନ୍ତି ତାହା ସ୍ୱପ୍ନରେ ହିଁ ରହିଯିବ ବୋଲି ସେ କହିଛନ୍ତି  ।

    Maximum 500 characters

    ରାଜନୀତି View all

    Find Us on Facebook