Jun 21, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ସଂଧ୍ୟା ସୁଦ୍ଧା ଜିଲ୍ଲା କଂଗ୍ରେସ ସଭାପତି ନାମ ଘୋଷଣା

    Share on :
    Date: Jun 9, 2018    Views: 2279

    ଭୁବନେଶ୍ୱର : ଆଜି ସଂଧ୍ୟା ସୁଦ୍ଧା ଜିଲ୍ଲା କଂଗ୍ରେସ ସଭାପତିଙ୍କ ନାମ ଘୋଷଣା ହେବ  । ରାହୁଲଙ୍କୁ ଭେଟିବା ପରେ ଏହି ସୂଚନା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ପ୍ରଭାରୀ ଜିତେନ୍ଦ୍ର ସିଂହ  । ସୂଚନା ଅନୁଯାୟୀ, ଆଜି ସମସ୍ତ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରାଯିବ  । ୩୩ ସାଂଗଠନିକ ଜିଲ୍ଲାର ସଭାପତିଙ୍କ ନାମ ତାଲିକା ପ୍ରକାଶ ପାଇବ  । କିଛି ଜିଲ୍ଲାରେ କାର୍ଯ୍ୟକାରୀ ସଭାପତି ମଧ୍ୟ ରହିବ  । କେଉଁ ଜିଲ୍ଲାରେ ଦୁଇ ଓ ତିନି କାର୍ଯ୍ୟକାରୀ ସଭାପତି ରହିପାରନ୍ତି ବୋଲି ଜିତେନ୍ଦ୍ର ସୂଚନା ଦେଇଛନ୍ତି  ।

    ସୂଚନାଯୋଗ୍ୟଯେ, ଶନିବାର ରାହୁଲଙ୍କ ତୋଗଲକ ରୋଡ଼ ସ୍ଥିତ ସରକାରୀ ବାସଭବନରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ତିନି କାର୍ଯ୍ୟକାରୀ ସଭାପତି ବିଧାୟକ ଚିରଞ୍ଜିବୀ ବିଶ୍ୱାଳ, ବିଧାୟକ ନବ କିଶୋର ଦାସ, ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ଏଆଇସିସି ପ୍ରଭାରୀ ଜିତେନ୍ଦ୍ର ସିଂହ, ଏଆଇସିସି ସମ୍ପାଦକ ତଥା ସହପ୍ରଭାରୀ ରୁଦ୍ର ରାଜୁ, ଶେଖ ମସ୍ତାନ ଅଲ୍ଲୀ, ଅନୀଲ ଚୌଧୁରୀ ତଥା ଯୁଗ୍ମ ସମ୍ପାଦକ ଆଦିତ୍ୟ ଶର୍ମା ପ୍ରଥମ ସମୀକ୍ଷା ବୈଠକରେ ଯୋଗଦେଇଥିଲେ  । ନୂଆ ଟିମ୍ କିଭଳି ସାଂଗଠନିକ କାର୍ଯ୍ୟ ହାତକୁ ନେଇଛି, କିକି ସଫଳତା ମିଳିଛି ସେନେଇ ରାହୁଲଙ୍କୁ ଅବଗତ କରାଯାଇଥିଲା  । ପରେ ପିସିସି ପକ୍ଷରୁ ଦିଆଯାଇଥିବା ଜିଲ୍ଲା ସଭାପତି ତାଲିକାରେ ରାହୁଲ ମୋହର ମାରିଥିଲେ  ।

    Maximum 500 characters

    ରାଜନୀତି View all

    Find Us on Facebook