Jun 21, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ଆଶ୍ୱାସନା ତରଫରୁ ବିଶ୍ୱ ପରିବେଶ ଦିବସ ପାଳନ।

    Share on :
    Date: Jun 9, 2018    Views: 97

    ଯାଜପୁରରୁ ଦେବୀ ପ୍ରସାଦ ବିଶ୍ବାଳ -

    ଚଳିତ ମାସ ୫ତାରିଖ ମଙ୍ଗଳବାର ଦିନ ବିଶ୍ୱ ପରିବେଶ ଦିବସ ଅବସରରେ ଆଶ୍ବାସନା ପକ୍ଷରୁ ଏହି ଦିନକୁ ନିଆରା ଭାବରେ ପାଳନ କରାଯାଇଥିଲା। ଏହି ଦିନକୁ ପଲିଥିନ ମୁକ୍ତ ସମାଜ ଗଠନ କରିବା ପାଇଁ ଆଶ୍ବାସନା ର ସଂପାଦକ ସତ୍ୟରଞ୍ଜନ କରଙ୍କ ଅଧକ୍ଷତାରେ ଓ ସୁଶାନ୍ତ କୁମାର ସାହୁ ଙ୍କର ସଭାପତିତ୍ୱ ରେ ଆଶ୍ବାସନା ସଦସ୍ୟ ଙ୍କ ଦ୍ଵାରା ଏକ ସଚେତନ ଶୋଭାଯାତ୍ରା ବରୀର ଏକ ଶୈବପୀଠ ରୁ ତହସିଲ କାର୍ୟ୍ୟାଳୟ ପଯ୍ୟନ୍ତ କରାଯାଇଥିଲା ଓ ତତ୍କାଳୀନ ତହସିଲଦାର ଙ୍କୁ ଆଶ୍ବାସନା ପକ୍ଷରୁ ପଲିଥିନ ମୁକ୍ତ ବରୀ ଗଠନ ପାଇଁ ସ୍ମାରକୀପତ୍ର ଦିଆଯାଇଥିଲା ଏହି ସଚେତନ ଶୋଭାଯାତ୍ରାରେ ଅତିଥି ସତ୍କାର ଦାଇତ୍ୱ ସୁବ୍ରତ ଜେନା ସମ୍ପାଦନା କରିଥିଲେ।

    ସ୍ମିତା ସାମଲ ଓ ଶୁଭକାନ୍ତ ଧଳ ପଲିଥିନ ର ଭୟାବହତା ବିଷୟରେ ସଚେତନ କରାଇଥିଲେ, ଓ ଯାଜପୁର ଜିଲ୍ଲା ଦିବ୍ୟାଙ୍ଗ ସଭାପତି ମଣ୍ଟୁଦାସ ଉପସ୍ଥିତ ରହି ପଲିଥିନ କିପରି ଆମ ସମାଜ ତଥା ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇଥାଏ ଓ ପଲିଥିନ ର ଉପଯୋଗୀତା ଆମ ପରିଵେଶ ଉପରେ କିପରି କୁପ୍ରଭାବ ପକାଇ ଥାଏ ସେ ବିଷୟରେ ନିଜର ବକ୍ତବ୍ୟ ମାଧ୍ୟମରେ ସଚେତନତା ସୃଷ୍ଟି କରିଥିଲେ।
    ଏହି ଅଭିଯାନ ରେ ସୁକାନ୍ତ ନାୟକ, ଲକ୍ଷ୍ମୀକାନ୍ତ ଦାସ ଓ ସଂଗ୍ରାମ ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ।

    ଏହି ସଚେତନ ଶୋଭାଯାତ୍ରାର ବିଶେଷ ଆକର୍ଷଣ ଥିଲା , ଏହି କାର୍ୟ୍ୟକ୍ରମ ରେ ଛୋଟ ଛୋଟ ଶିଶୁ ଓ ଦିବ୍ୟାଙ୍ଗ ଭାଇ ମାନେ ସାମିଲ ହୋଇଥିଲେ, କାର୍ୟ୍ୟକ୍ରମ ର ପରିଶେଷରେ ଆଶ୍ବାସନା ସ୍ୱଚ୍ଛାସେବୀ ସଂଗଠନ ର ଉପ ସଭାପତି ସ୍ମୃତି ରଞ୍ଜନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

    Maximum 500 characters

    ଆଂଚଳିକ View all

    Find Us on Facebook