Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ବିହାର ପାଠପଢ଼ା ଏମିତି : ମୋଟ ମାର୍କ ୩୫, ପିଲା ରଖିଛନ୍ତି ୩୮

    Share on :
    Date: Jun 9, 2018    Views: 1319

     ଅଲୱର : ଟପର୍ ସ୍କାମ୍ ଘଟଣାରେ ସମଗ୍ର ଦେଶରେ ନିନ୍ଦିତ ହୋଇଥିବା ବିହାର ଶିକ୍ଷା ବିଭାଗ ଏବେ ଆଉ ଏକ ଘଟଣାକୁ ନେଇ ଚର୍ଚାକୁ ଆସିଛି । ନିକଟରେ ବିହାର ସ୍କୁଲ୍ ଏକ୍ସାମିନେସନ୍ ବୋର୍ଡ ପକ୍ଷରୁ ପ୍ରକାଶ ପାଇଥିବା ଦ୍ୱାଦଶ ଶ୍ରେଣୀ ପରୀକ୍ଷାଫଳରେ ଏପରି ଗୁରୁଚଣ୍ଡାଳ ତ୍ରୁଟି ରହିଥିବା ଦେଖାଯାଇଛି । କିଛି ଛାତ୍ରଛାତ୍ରୀ ମୋଟ୍ ନମ୍ବରରୁ ଅଧିକ ନମ୍ବର ରଖିଥିବା କହିଛନ୍ତି । ଏପରିକି କିଛି ପିଲା ଅଭିଯୋଗ କିରଛନ୍ତି ଯେ, ସେମାନେ ଯେଉଁ ବିଷୟରେ ଆଦୌ ପରୀକ୍ଷା ଦେଇ ନାହାନ୍ତି ସେ ବିଷୟରେ ମଧ୍ୟ ସେମାନଙ୍କୁ ମାର୍କ ମିଳିଛି । ବିହାର ଅଲୱର ଜିଲ୍ଲାର ଭୀମକୁମାର ନାମକ ଜଣେ ଛାତ୍ର ଅଭିଯୋଗ କରିଛନ୍ତି ଯେ, ସେ ଗଣିତ ଥିଓରିରେ ମୋଟ୍ ୩୫ ନମ୍ବରୁ ୩୮ ନମ୍ବର ପାଇଥିବାବେଳେ କ୍ଷୁଦ୍ର ପ୍ରଶ୍ନୋତର ବିଭାଗରେ ମୋଟ୍ ୩୫ରୁ ୩୭ ନମ୍ବର ପାଇଛନ୍ତି । ସେହିପରି ଇଷ୍ଟ ଚମ୍ପାରାଣର ସନ୍ଦୀପ ରାଜ ଫିଜିକ୍ସ ଥିଓରିରେ ୩୫ରୁ ୩୮ ନମ୍ବର ପାଇଛନ୍ତି । ଅନ୍ୟପକ୍ଷରେ ସେ କହିଛନ୍ତି ଯେ, ରାଷ୍ଟ୍ରଭାଷା ଏବ ଂ ଇଂରାଜୀ କ୍ଷୁଦ୍ର  ପ୍ରଶ୍ନୋତର ବିଭାଗରେ ଶୂନ ନମ୍ବର ପାଇଛନ୍ତି । ଏହା କିପରି ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଦରଭଙ୍ଗାର ରାହୁଲ କୁମାର ଗଣିତ ଥିଓରିରେ ୩୫ରୁ ୪୦ ନମ୍ବର ପାଇଛନ୍ତି । ସେହିପରି ବୈଶାଳୀର ଜାହ୍ନବୀ ସିଂ ଅଭିଯୋଗ କରିଛନ୍ତି ଯେ, ସେ ବାୟୋଲୋଜି ପରୀକ୍ଷା ଦେଇନଥିବା ବେଳେ କିପରି ୧୮ ନମ୍ବର ପାଇଛନ୍ତି । ସମାନ ଅଭିଯୋଗ ଆଣିଛନ୍ତି ପାଟ୍ନାସ୍ଥିତ ରାମକିୃଷ୍ଟ ଦ୍ୱାରିକା କଲେଜର ଛାତ୍ର ସତ୍ୟ କୁମାର । ସେ କହିଛନ୍ତି ଯେ, ସେ ଏପରି ଏକ ବିଷୟରେ ନମ୍ବର ପାଇଛନ୍ତି, ଯେଉଁଥିରେ ସେ ପରୀକ୍ଷା ଦେଇ ନଥିଲେ ।   

    Maximum 500 characters

    ଦେଶ ବିଦେଶ View all

    Find Us on Facebook