Jun 21, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ସେବାୟତଙ୍କ ଉପରେ ଅଙ୍କୁଶ ଲଗାଇଲେ ଶ୍ରୀମନ୍ଦିର ପ୍ରଶାସନ

    Share on :
    Date: Jun 9, 2018    Views: 993

    ଭୁବନେଶ୍ୱର : ସେବାୟତଙ୍କ ଉପରେ ଅଙ୍କୁଶ ଲଗାଇଲେ ଶ୍ରୀମନ୍ଦିର ପ୍ରଶାସନ । ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ ପରେ ଆଜି ସକାଳେ ଏପରି ବିଜ୍ଞପ୍ତି ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ । ଏଣିକି ଶ୍ରୀମନ୍ଦିର ସେବାୟତ କିମ୍ବା ସେମାନଙ୍କ ସହଯୋଗୀ ଶ୍ରୀଜିଉଙ୍କ ଉଦେ୍ଧଶ୍ୟରେ ଶ୍ରଦ୍ଧାଳୁମାନେ ଦେଉଥିବା ଦାନ ଅର୍ଥ, ନୈବେଦ୍ୟ, ଶ୍ରଦ୍ଧାଞ୍ଜଳି କିମ୍ବା ବସ୍ତୁ ଗ୍ରହଣ କରିବେ ନାହିଁ । ସେବାୟତଙ୍କ ପରିବର୍ତେ ସିଧାସଳଖ ଶ୍ରୀମନ୍ଦିର ହୁଣ୍ଡି ବା ଦାନବାକ୍ସରେ  ପକାଇବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ବିଜ୍ଞପ୍ତି ଜାରି କରିଛି । 

    ସର୍ବୋଚ୍ଚ ନ୍ୟାୟାଳୟଙ୍କ ରିଟ୍ ପିଟିସନ୍ ନମ୍ବର ୬୪୯/୨୦୧୮, ତାରିଖ ୦୮/୦୬/୨୦୧୮ର ନିର୍ଦେଶ ଅନୁଯାୟୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏପରି ବିଜ୍ଞପ୍ତି ଜାରି କରାଯାଇଛି । ନିର୍ଦେଶ ଅନୁଯାୟୀ ଶ୍ରୀଜଗନ୍ନାଥ ମନ୍ଦିରରେ ଭକ୍ତମାନଙ୍କ ଦ୍ୱାରା ଶ୍ରୀଜିଉମାନଙ୍କ ଉଦେ୍ଧଶ୍ୟରେ ଦିଆଯାଉଥିବା ନୈବେଦ୍ୟ, ଶ୍ରଦ୍ଧାଞ୍ଜଳି, ଦାନ ଅର୍ଥ କିମ୍ବା ବସ୍ତୁ କୌଣସି ସେବକ କିମ୍ବା ତାଙ୍କର ସହଯୋଗୀ ଏବଂ କର୍ମଚାରୀମାନେ ଗ୍ରହଣ କରିପାରିବେ ନାହିଁ । ଭକ୍ତମାନଙ୍କୁ ଅନୁରୋଧ କରାଯାଇ କୁହାଯାଇଛି ଯେ, ଏହି ଦାନ ଅର୍ଥକୁ ଶ୍ରୀମନ୍ଦିର ହୁଣ୍ଡି ବା ଦାନବାକ୍ସରେ ପକାଇ ପାରିବେ କିମ୍ବା ଶ୍ରୀମନ୍ଦିର କାର୍ଯ୍ୟାଳୟ, ଶ୍ରୀମନ୍ଦିର ଶାଖା କାର୍ଯ୍ୟାଳୟ ଏବଂ ଶ୍ରୀମନ୍ଦିର ସୂଚନାକେନ୍ଦ୍ରମାନଙ୍କରେ ଦାନ ଦେଇ ରସିଦ୍ ଗ୍ରହଣ କରିବେ । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook