Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ନିରଞ୍ଜନ ଟିମକୁ କି ମନ୍ତ୍ର ଦେବେ ରାହୁଲ ?

    Share on :
    Date: Jun 9, 2018    Views: 1619

    ଭୁବନେଶ୍ୱର : ପିସିସି ସଭାପତି ହେବା ପରେ ପ୍ରଥମ ଥର ପାଇଁ ରାହୁଲ ଗାନ୍ଧୀଙ୍କୁ ଭେଟିବେ ନିରଞ୍ଜନ ପଟ୍ଟନାୟକ  । ନିରଞ୍ଜନଙ୍କ ସହ ତାଙ୍କର ଟିମ୍ ମେମ୍ବର ରାହୁଲଙ୍କୁ ଭେଟି ସାଂଗଠନିକ ସ୍ଥିତି ସମ୍ପର୍କରେ ଅବଗତ କରାଇବେ  । ରାଜ୍ୟର ସମସ୍ତ ଜିଲ୍ଲାକୁ ମାରାଥନ ଗସ୍ତ କରି ଦଳୀୟ ନେତାମାନେ କଂଗ୍ରେସକୁ ଚଳଚଂଚଳ କରାଇ ଦେଇଛନ୍ତି  । ତେବେ ଆଗାମୀ ଦିନରେ ଦଳର ରଣନୀତି ଓ ଆଭିମୁଖ୍ୟ ନେଇ ରାହୁଲ ନିରଞ୍ଜନଙ୍କ ଟିମକୁ କି ମନ୍ତ୍ର ଦେବେ ତାହା ଉପରେ ରାଜ୍ୟ କଂଗ୍ରେସ ନେତାଙ୍କ ନଜର ରହିଛି  । ଶନିବାର ନିରଞ୍ଜନଙ୍କ ଟିମ୍ ରାହୁଲଙ୍କୁ ଭେଟିବା ପରେ ରବିବାର ନୂଆ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରାଯିବ ବୋଲି ଜାଣିବାକୁ ମିଳିଛି  ।

    ଶନିବାର ରାହୁଲଙ୍କ ତୋଗଲକ ରୋଡ଼ ସ୍ଥିତ ସରକାରୀ ବାସଭବନରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ତିନି କାର୍ଯ୍ୟକାରୀ ସଭାପତି ବିଧାୟକ ଚିରଞ୍ଜିବୀ ବିଶ୍ୱାଳ, ବିଧାୟକ ନବ କିଶୋର ଦାସ, ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ଏଆଇସିସି ପ୍ରଭାରୀ ଜିତେନ୍ଦ୍ର ସିଂହ, ଏଆଇସିସି ସମ୍ପାଦକ ତଥା ସହପ୍ରଭାରୀ ରୁଦ୍ର ରାଜୁ, ଶେଖ ମସ୍ତାନ ଅଲ୍ଲୀ, ଅନୀଲ ଚୌଧୁରୀ ତଥା ଯୁଗ୍ମ ସମ୍ପାଦକ ଆଦିତ୍ୟ ଶର୍ମା ପ୍ରଥମ ସମୀକ୍ଷା ବୈଠକରେ ଯୋଗଦେବେ  । ନୂଆ ଟିମ୍ କିଭଳି ସାଂଗଠନିକ କାର୍ଯ୍ୟ ହାତକୁ ନେଇଛି, କିକି ସଫଳତା ମିଳିଛି ସେନେଇ ରାହୁଲଙ୍କୁ ଅବଗତ କରାଯିବ  । ପ୍ରଥମ ସମୀକ୍ଷା ବୈଠକରେ ରାଜ୍ୟରେ ଦଳର ସ୍ଥିତି ସମ୍ପର୍କରେ ରାହୁଲ ମତାମତ ନେବେ  । ସେହିପରି ପିସିସି ଟିମ୍ରେ କେଉଁ କେଉଁ ନେତାଙ୍କୁ ସାମିଲ୍ କରାଯାଇଛି, କେଉଁ କେଉଁ ଜିଲ୍ଲାରେ ନୂଆ ସଭାପତି ନିଯୁକ୍ତି ହୋଇଛନ୍ତି ଆଦି ସମ୍ପର୍କରେ ରାହୁଲଙ୍କୁ ଅବଗତ କରାଯିବ  । ରାହୁଲଙ୍କ ଅନୁମୋଦନ ମିଳିବା ପରେ ପ୍ରଥମ ଦଫାରେ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରାଯିବ  । ଜିଲ୍ଲା ସଭାପତି ଘୋଷଣା ହେବାର କିଛି ଦିନ ମଧ୍ୟରେ ନୂଆ ପିସିସି ଟିମ୍ ଘୋଷଣା କରାଯିବ ବୋଲି ଜାଣିବାକୁ ମିଳିଛି  ।

    Maximum 500 characters

    ରାଜନୀତି View all

    Find Us on Facebook