Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ୨୦୧୧ ବିଶ୍ୱକପ ଫାଇନାଲରେ ଶ୍ରୀଲଙ୍କା ଜାଣିଶୁଣି ହାରିଥିବା ଅଭିଯୋଗ, ତଦନ୍ତ ନିଦେ୍ର୍ଧଶ

    Share on :
    ajab-Image
    Date: Jun 20, 2020    Views: 3748

    କଲମ୍ବୋ: ୨୦୧୧ ମସିହାରେ ଖେଳାଯାଇଥିବା କି୍ରକେଟ ବିଶ୍ୱକପ ଫାଇନାଲ ମ୍ୟାଚରେ ଭାରତର ମୁକାବିଲା ଶ୍ରୀଲଙ୍କା ସହ ହୋଇଥିଲା । ଏହି ମ୍ୟାଚରେ ଶ୍ରୀଲଙ୍କାକୁ ପରାସ୍ତା କରି ଭାରତୀୟ ଦଳ ଚମ୍ପିଆନ ହୋଇଥିଲା । ତେବେ ଶ୍ରୀଲଙ୍କା ଦଳ ଜାଣିଶୁଣି ଫାଇନାଲ ମ୍ୟାଚ ହାରିଥିଲା ବୋଲି ଗୁରୁବାର ଅଭିଯୋଗ କରିଥିଲେ ଶ୍ରୀଲଙ୍କାର ତତକାଳୀନ କ୍ରୀଡ଼ା ମନ୍ତ୍ରୀ ମହିନ୍ଦାନନ୍ଦ ଆଲୁଥାଙ୍ଗାମାଗେ ।
    ପୂର୍ବତନ କ୍ରୀଡ଼ା ମନ୍ତ୍ରୀଙ୍କ ଅଭିଯୋଗକୁ ଗୁରୁତ୍ୱର ସହ ନେଇ ଶୁକ୍ରବାର ଏହାର ତଦନ୍ତ ପାଇଁ ନିଦେ୍ର୍ଧଶ ଦେଇଛନ୍ତି ଶ୍ରୀଲଙ୍କା ସରକାର । ଶ୍ରୀଲଙ୍କାର ବର୍ତ୍ତମାନ କ୍ରୀଡ଼ା ମନ୍ତ୍ରୀ ଥିବା ଦୁଲାସ ଆହଲାପୁରମା କହିଛନ୍ତି ଏହି ଘଟଣାର ତଦନ୍ତ ପାଇଁ କ୍ରୀଡ଼ା ମନ୍ତ୍ରଣାଳୟ ତରଫରୁ କ୍ରୀଡ଼ା ସଚିବ ରୁୱାନଚନ୍ଦ୍ରାଙ୍କୁ ନିଦେ୍ର୍ଧଶ ଦିଆଯାଇଛି । ଘଟଣାର ତଦନ୍ତ ପାଇଁ ଏକ କମିଟି ଗଠିତ ହେବ ଏବଂ କମିଟି ପ୍ରତି ଦୁଇ ସପ୍ତାହରେ ନିଜ ରିପୋର୍ଟ ସରକାରଙ୍କୁ ପ୍ରଦାନ କରିବ ।  ସୂଚନା ଥାଉ କି ମହିନ୍ଦାନନ୍ଦଙ୍କ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଥିଲେ ୨୦୧୧ ବିଶ୍ୱକପରେ ଶ୍ରୀଲଙ୍କା ଦଳର ଅଧିନାୟକ କୁମାର ସାଙ୍ଗାକାର ଓ ବରିଷ୍ଠ ଖେଳାଳି ମାହେଲା ଜୟବର୍ଦ୍ଧନେ ।

    Maximum 500 characters

    ଖେଳ ଖବର View all

    Find Us on Facebook