Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

କଳା

ମୁଖ୍ୟ ଖବର

    ଅଗଷ୍ଟରେ ‘ରାଜମା ଚାୱାଲ’ ଖାଇବାକୁ ନୁହେଁ ବରଂ ଦେଖିବାକୁ ଯିବେ

    Share on :
    Date: Jun 8, 2018    Views: 162

    ମୁମ୍ବାଇ: ନିକଟରେ ରିଲିଜ ହୋଇଥିବା ଏକ ଫିଲ୍ମ ‘୧୦୨ନଟ ଆଇଟ’ ରେ ଅଭିନେତା ଋଷି କପୁର ଜଣେ ପୁଅ ଭୂମିକାରେ ନଜର ଆସିଥିବା ବେଳେ ଏବେ ସେ ଏକ ଅପକମିଙ୍ଗ୍ ଫିଲ୍ମ ‘ରାଜମା ଚାୱାଲ’ରେ ଜଣେ ପିତା ଭୂମିକାରେ ନଜର ଆସିବାକୁ ଯାଉଛନ୍ତି । 
    ଫିଲ୍ମଟି  ଲୀନା ଯାଦବଙ୍କ ନିଦେ୍ର୍ଧଶିତ ଓ ଏହା ଅଗଷ୍ଟ ୩୧ରେ ରିଲିଜ ହେବ । ଫିଲ୍ମ ବିଷୟରେ ଲୀନା ସୋସିଆଲ ମିଡ଼ିଆରେ ଜଣାଇ କହିଛନ୍ତି, ଭଜାଦାର ଆମେ ଗୋଟିଏ ମଡ଼ର୍ଣ୍ଣ ଦୁନିଆରେ ରହୁଛେ, କିନ୍ତୁ ନିଜେ ଲୋକମାନଙ୍କ ସହ ଠିକ ସେ କଥା ବି ହୋଇପାରୁ ନାହିଁ । ‘ରାଜାମା’ ଚାୱାଲ ରେ ଜଣେ ପିତା ଓ ପୁତ୍ରଙ୍କ ସମ୍ପର୍କକୁ ନେଇ ପ୍ରସ୍ତୁତ ଏହି ଫିଲ୍ମ । 
    ଫିଲ୍ମରେ ଋଷିଙ୍କ ସହ ଅନିରୁଦ୍ଧ ଓ ଅମାୟରା ଦସ୍ତୁର ମଧ୍ୟ ନଜର ଆସିବେ । ଅନିରଚଦ୍ଧଙ୍କର ଏହା ଡେ଼ବୁୃ୍ୟ ଫିଲ୍ମ ଓ ଫିଲ୍ମର ସୁଟିଂ ଦିଲ୍ଲୀର ଚାନ୍ଦନୀ ଚୌକରେ ହୋଇଛି । ଋଷି ଫିଲ୍ମ ବଷୟରେ କହିଛନ୍ତି, ତାଙ୍କୁ ଲୀନାଙ୍କ ସହ କାମ କରବାର ଥିଲା ଓ ଫିଲ୍ମର ପୁରା ସୁଟିଂ ଦିଲ୍ଲୀରେ ହେବାରୁ ବହୁତ ଭଲ ଲାଗୁଥିଲା । ଏହି ଫିଲ୍ମଛଡ଼ା ଋଷି ଫିଲ୍ମ ‘ମୁଲ୍କ’ରେ ନଜର ଆସିବେ ଓ ସେଥିରେ ଋଷିଙ୍କ ସହ ଅଭିନେତ୍ରୀ ତାପସୀ ପନ୍ନୁ ମଧ୍ୟ ଜଣେ ଓକିଲଙ୍କ ଭୂମିକାରେ ନଜର ଆସିବେ ।

    Maximum 500 characters

    କଳା View all

    Find Us on Facebook