Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ବିସିସିଆଇର ଶ୍ରେଷ୍ଠ କି୍ରିକେଟର

    Share on :
    Date: Jun 8, 2018    Views: 71

    ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ବିଗତ ଦୁଇଟି ସିଜିନ (୨୦୧୬-୧୭ ଓ ୨୦୧୭-୧୮) ପାଇଁ ବିସିସିଆଇ ପକ୍ଷରୁ ଶ୍ରେଷ୍ଠ କ୍ରିକେଟର ମନୋନୀତ ହୋଇଛନ୍ତି । ଶ୍ରେଷ୍ଠ ମହିଳା କ୍ରିକେଟର ଭାବେ ହରମନପ୍ରୀତ କୌର ଓ ସ୍ମୃତି ମନ୍ଧାନା ଶ୍ରେଷ୍ଠ ମହିଳା କ୍ରିକେଟର ଭାବେ ପୁରସ୍କୃତ ହେବେ । ଜୁନ ୧୨ରେ ବେଙ୍ଗାଲୁରୁରେ ଅନୁଷ୍ଠିତ ହେବାକୁ  ଥିବା ଉସôବରେ କୋହଲିଙ୍କୁ ପଲି ଉମ୍ରିଗର ଟ୍ରଫି ସହ ୧୫ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରାଯିବ । ବିଗତ ଦୁଇଟି ସିଜିନରେ କୋହଲି ନିରବଚ୍ଛିନ୍ନ ଭାବେ ଉନ୍ନତ ପ୍ରଦର୍ଶନ କରିଥିବାରୁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି । କୋହଲି ୨୦୧୬-୧୭ ସିଜିନରେ ୧୩ଟି ଟେଷ୍ଟ ଖେଳି ୭୪ ହାରରେ ୧୩୩୨ ରନ ସ୍କୋର କରିଥିବାବେଳେ ଦିନିକିଆରୁ ୮୪.୨୨ହରରେ ୧୫୧୬ ରନ ସ୍କୋର କରିଛନ୍ତି । ୨୦୧୭-୧୮ ସିଜିନରେ କୋହଲି ୬ଟି ଟେଷ୍ଟ ଖେଳି ୮୯.୬୦ ହରରେ ୮୯୬ ରନ ସ୍କୋର କରିଛନ୍ତି । ଏହି ଦୁଇଟି ସିଜିନର ସଫଳତା ପାଇଁ କୋହଲିଙ୍କୁ ୧୫ ଲକ୍ଷ ଟଙ୍କା ଲେଖାଏଁ ମିଳିବ । ଏହି ସମୟରେ କୋହଲି କ୍ରମାଗତ ଚାରିଟି ଟେଷ୍ଟ ଦ୍ୱିଶତକ ହାସଲ କରିବାରେ ବିଶ୍ୱର ପ୍ରଥମ କି୍ରକେଟର ହେବାର ସୌଭାଗ୍ୟଲାଭ କରିଛନ୍ତି । କୋହଲିଙ୍କ ନେତୃତ୍ୱରେ ଭାରତ ବିଗତ ତିନିବର୍ଷ ମଧ୍ୟରେ କ୍ରମାଗତ ୯ଟି ଟେଷ୍ଟରେ ବିଜୟୀ ହେବାର ଅଷ୍ଟ୍ରେଲିଆ ରେକଡର଼୍ ସହ ସମକକ୍ଷ ହୋଇପରିଥିଲା ।

    Maximum 500 characters

    ଖେଳ ଖବର View all

    Find Us on Facebook