Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ଆମ ଗାଁ ଆମ ବିକାଶ: ୩୯୭ ପଂଚାୟତକୁ ୧୦୦ କୋଟି

    Share on :
    Date: Jun 8, 2018    Views: 245

    ଭୁବନେଶ୍ୱର : ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଳାହାଣ୍ଡି ଜିଲ୍ଲାର କଲମପୁର ବ୍ଲକ, ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକ, ଭଦ୍ରକ ଜିଲ୍ଲାର ତିହିଡ଼ି ବ୍ଲକ, ଯାଜପୁର ଜିଲ୍ଲାର ବିଂଝାରପୁର ଓ କଟକ ଜିଲ୍ଲାର ମାହାଙ୍ଗା ବ୍ଲକର ଜନସାଧାରଣଙ୍କ ସହିତ ଆଲୋଚନା କରି ସେମାନଙ୍କ ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକୁ ମଂଜୁର କରିଛନ୍ତି । 

    ଆଜିର ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମକୁ ମିଶାଇ ଚଳିତ ସପ୍ତାହରେ ମୁଖ୍ୟମନ୍ତ୍ରୀ ସମୁଦାୟ ୧୬ଟି ବ୍ଲକର ୩୯୭ଟି ପଂଚାୟତର ଜନସାଧାରଣଙ୍କ ସହିତ ଆଲୋଚନା ମାଧ୍ୟମରେ ସେମାନଙ୍କ ପ୍ରସ୍ତାବିତ ପ୍ରକଳ୍ପ ମଜୁର କରିଛନ୍ତି । ଏହି ସପ୍ତାହରେ ମୋଟ ୩୯୭୨ଟି ପ୍ରକଳ୍ପ ପାଇଁ ୧୦୦.୭୮ କୋଟି ଟଙ୍କା ମଂଜୁର କରିଛନ୍ତି । 

    ଆଜି ମୁଖ୍ୟମନ୍ତ୍ରୀ କଲମପୁର ବ୍ଲକର ୧୧ଟି ପଂଚାୟତ ପାଇଁ ୨.୨୦ କୋଟି ଟଙ୍କାରେ ୯୪ଟି ପ୍ରକଳ୍ପ, ଖଇରପୁଟ ବ୍ଲକର ୧୦ଟି ପଂଚାୟତ ପାଇଁ ୩.୪୫ କୋଟି ଟଙ୍କାରେ ୧୨୮ ଟି ପ୍ରକଳ୍ପ, ତିହିଡ଼ି ବ୍ଲକର ୩୧ଟି ପଂଚାୟତ ପାଇଁ ୭.୭୫ କୋଟି ଟଙ୍କାରେ ୨୪୯ଟି ପ୍ରକଳ୍ପ, ବିଂଝାରପୁର ବ୍ଲକର ୨୯ଟି ପଂଚାୟତ ପାଇଁ ୭.୪୮ କୋଟି ଟଙ୍କାରେ ୩୪୨ଟି ପ୍ରକଳ୍ପ ଓ ମାହାଙ୍ଗା ବ୍ଲକର ୩୭ଟି ପଂଚାୟତ ପାଇଁ ୭.୪୦କୋଟି ଟଙ୍କାରେ ୨୮୮ଟି ପ୍ରକଳ୍ପ ମଂଜୁର କରିଛନ୍ତି । ଏହିପରି ସମୁଦାୟ ୫ଟି ବ୍ଲକର ୧୧୮ଟି ପଂଚାୟତ ପାଇଁ ମୁଖ୍ୟମନ୍ତ୍ରୀ ୨୮.୨୮ କୋଟି ଟଙ୍କାରେ ୧୧୦୧ଟି ପ୍ରକଳ୍ପ ମଂଜୁର କରିଛନ୍ତି ।

    Read more

    ‘ଆମ ଗାଁ ଆମ ବିକାଶ’ରେ ମଂଜୁର ହେଲାଣି ୧୨୩୪.୩୪ କୋଟି

    ଭୁବନେଶ୍ୱର: ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୬ଟି ଜିଲ୍ଲାର ୭ଟି ବ୍ଲକ ପାଇଁ ୩୩.୩୦ କୋଟି ଟଙ୍କାର ପ୍ରକଳ୍ପ ମଂଜୁର କରିଛନ୍ତି । ଏହି ବ୍ଲକଗୁଡ଼ିକ ହେଲା ନୟାଗଡ଼ ଜିଲ୍ଲାର ରଣପୁର, ଯାଜପୁର ଜିଲ୍ଲାର ବରି, ମାଲକାନଗିରି ଜିଲ୍ଲାର ...

    Read more

    ୧୦୨ ପଂଚାୟତ ପାଇଁ ୧୭.୫୮ କୋଟି ମଂଜୁର

    ଭୁବନେଶ୍ୱର: ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬ଟି ଜିଲ୍ଲାର ୬ଟି ବ୍ଲକ ପାଇଁ ୧୭.୫୮ କୋଟି ଟଙ୍କାର ପ୍ରକଳ୍ପ ମଂଜୁର କରିଛନ୍ତି । ଏହି ବ୍ଲକଗୁଡ଼ିକ ହେଲା କଳାହାଣ୍ଡି ଜିଲ୍ଲାର ଲାଂଜିଗଡ଼, ବଲାଙ୍ଗୀର ଜିଲ୍ଲାର ତୁରେଇକେଲା, ସମ୍ବଲପୁର ...

    Read more

    ୧୦୧ ବ୍ଲକରେ ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ

    ଭୁବନେଶ୍ୱର : ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ ଆଜି ୧୦୧ଟି ବ୍ଲକରେ ପହଁଚିଛି । ମାର୍ଚ୍ଚ ୫ ବିଜୁବାବୁଙ୍କ ଜୟନ୍ତୀରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ୨୧,୯୬୦ଟି ପ୍ରକଳ୍ପ ପାଇଁ ମୋଟ ୫୪୭ କୋଟି ୭୪ଲକ୍ଷ ୧୫ ହଜାର ୪୦୦ ଟଙ୍କା ମୁଖ୍ୟମନ୍ତ୍ରୀ ମଂଜୁର କରିଛନ୍ତି । ...

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook