Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଚାବି ହଜିବା ନେଇ ସବୁ ଥାନାରେ ଏତଲା ଦେବ ବିଜେପି

    Share on :
    Date: Jun 8, 2018    Views: 929

    ଭୁବନେଶ୍ୱର : ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗକୁ ଗୁରୁତର ସହ ଗ୍ରହଣ କରିଛି ବିଜେପି । ନବକଳେବର ବିଭ୍ରାଟ ଭଳି ଏହି ପ୍ରସଙ୍ଗରେ ମଧ୍ୟ ରାଜନୈତିକ ରୁଟି ସେକିବାକୁ ବିଜେପି ଯୋଜନା କରିଛି । ଚାବି ହଜିବା ପ୍ରସଙ୍ଗରେ ସାରା ରାଜ୍ୟରେ ବିଜେପି ବିକ୍ଷୋଭ କରିବା ସହ ସବୁ ଥାନାରେ ଏତଲା ଦେବ ବୋଲି ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଘୋଷଣା କରିଛନ୍ତି । 

    ପୁରୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଣ୍ଡା କହିଲେ ଯେ ରାଜ୍ୟ ସରକାର ପୁରୀ ଶଙ୍କରାଚାର୍ଯ୍ୟଙ୍କ ଠାରୁ ଆରମ୍ଭ କରି ଗଜପତି ମହାରାଜ ପର୍ଯ୍ୟନ୍ତ ସମସ୍ତଙ୍କୁ ଅପମାନିତ କରୁଛନ୍ତି । ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ ଭକ୍ତଙ୍କ ଭାବାବେଗକୁ କୁଠାରଘାତ କରିଛି । ଏହି ପ୍ରସଙ୍ଗରେ ସାରା ରାଜ୍ୟରେ ବିଜେପି ଜନଜାଗରଣ କରିବ । ଆସନ୍ତା ୧୧ ତାରିଖରେ ସବୁ ଜିଲ୍ଲା ଓ ସବଡିଭିଜନସ୍ତରରେ ବିଜେପି ବିକ୍ଷୋଭ ଓ ପ୍ରତିବାଦ ପ୍ରଦର୍ଶନ କରିବ । ସେହିପରି ଜୁନ ୧୨ରୁ ସପ୍ତାହ ବ୍ୟାପି ରାଜ୍ୟର ସବୁ ଥାନା ଆଗରେ ବିଜେପି ବିକ୍ଷୋଭ କରିବା ସହ ଏତଲା ଦାୟର କରିବ ବୋଲି ଶ୍ରୀ ପଣ୍ଡା କହିଛନ୍ତି । ସୂଚନାଯୋଗ୍ୟ ଯେ, ଆଜି ଶ୍ରୀ ପଣ୍ଡାଙ୍କ ସମେତ ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ଓ ବରିଷ୍ଠ ବିଜେପି ନେତା ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏବଂ ଅନ୍ୟ ନେତାମାନେ ଶ୍ରୀମନ୍ଦିର ପରିଦର୍ଶନ କରିବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି ।

    Maximum 500 characters

    ରାଜନୀତି View all

    Find Us on Facebook