Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ସୁପ୍ରିମକୋର୍ଟରେ ‘ଚାବି ହଜିବା’ ମାମଲାର ଶୁଣାଣୀ

    Share on :
    Date: Jun 8, 2018    Views: 265

    ଭୁବନେଶ୍ୱର : ଶ୍ରୀମନ୍ଦିର ପରିଚାଳନା ତ୍ରୁଟି ଓ ଚାବି ହଜିବା ପ୍ରସଙ୍ଗରେ ଏକ ଜନସ୍ୱାର୍ଥ ମାମଲାର ଶୁଣାଣୀ କରିଛନ୍ତି ସୁପ୍ରିମକୋର୍ଟ  । ଚାବି ହଜିବା ମାମଲାର ଶୁଣାଣୀ ହାଇକୋର୍ଟ କରିବେ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି  । ଅପରପକ୍ଷରେ ଶ୍ରୀମନ୍ଦିର ପରିଚାଳନା ତ୍ରୁଟି ସଂକ୍ରାନ୍ତରେ ସୁପ୍ରିମକୋର୍ଟ କହିଛନ୍ତିଯେ, ଜିଲ୍ଲା କୋର୍ଟ କମିଟି ଗଠନ କରାଯାଇ ଏହାର ତଦନ୍ତ କରାଯିବ  । ସେହିପରି ରାଜ୍ୟ ସରକାର ଏନେଇ ଏକ ବିଶେଷଜ୍ଞ ଟିମ୍ ଗଠନ କରିବେ  । ଅନ୍ୟ ପ୍ରତିଷ୍ଠିତ ମନ୍ଦିରର ପରିଚାଳନା ଓ ଶ୍ରୀମନ୍ଦିର ପରିଚାଳନା ନେଇ ଜୁନ୍ ୩୦ ସୁଦ୍ଧା ରିପୋର୍ଟ ପ୍ରଦାନ କରିବାକୁ ମଧ୍ୟ ସୁପ୍ରିମକୋର୍ଟ ନିଦେ୍ର୍ଧଶ ଦେଇଛନ୍ତି  । ଜୁଲାଇ ୫ରେ ମାମଲାର ପରବର୍ତୀ ଶୁଣାଣୀ ପାଇଁ ସୁପ୍ରିମକୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି  ।

    Maximum 500 characters

    ଅଧିକ ମତାମତ

    ବହୁତ ଭଲ ଖବର। ନବୀନ ବାକୁ ୩ ମାସ ସମୟ ଦେଲେ ଲୋକଙ୍କୁ ଚୁପ୍‌ କରାଇବା ପାଇଁ । ରାଜ୍ୟ ସରକାରଙ୍କ ଦ୍ୱାରା କିଛି ହେଇପାରିବ ନାହିଁ । ବ୍ରହ୍ମ ବିଭ୍ରାଟ ଭଳି ସବୁ ତଦନ୍ତ ଖୋଳ ହେଇଯିବ । ତେଣୁ ସୁପ୍ରିମକୋର୍ଟ ହିଁ ଏହାର ସମ୍ପୁର୍ଣ୍ଣ ତଦନ୍ତ ଦାୟୀତ୍ବ ନିଅନ୍ତୁ ।

    ଶୁରେସ ଖୁଣ୍ଟିଆ

    Jun 8, 2018

    ବହୁତ ଭଲ ଖବର । ନବୀନ ବାବୁଙ୍କ ଦ୍ୱାରା କିଛି ହେଇପାରିବ ନାହିଁ । ବ୍ରହ୍ମ ବିଭ୍ରାଟ ମାମଲାର ତଦନ୍ତ ଭଳି । ଏଇ ମାମଲାକୁ ମଧ୍ୟ ସରକାର ଚାପି ଦେବାପାଇଁ ଅପଚେଷ୍ଟା କରୁଛନ୍ତି । ତଦନ୍ତ ପାଇଁ ୩ ମାସ ସମୟ ଦେଇଛନ୍ତି ଏଇ ତିନିମାସ ଲୋକେ ଚୁପ୍‌ ରହିବେ । ତେଣୁ ରାଜ୍ଯ ସରକାରଙ୍କ ଉପରେ ଆସ୍ଥା ରଖିବା ସମ୍ଭବପର ନୁହେଁ । ସୁପ୍ରିମକୋର୍ଟ ହିଁ ଏହାର ସମ୍ପୁର୍ଣ୍ଣ ତଦନ୍ତ ଭାର ନିଜ ଅଧିନକୁ ନିଅନ୍ତୁ , ଏବଂ ଗମ୍ଭିରତାର ସହିତ ଏହାର ତଦନ୍ତ କାର୍ଯ୍ଯକୁ ପରିଚାଳନା କରିବା ପାଇଁ ଅନୁରୋଧ । ଓଡ଼ିଶାର ସମସ୍ତ ଜନସାଧାରଣ ଏଥିପାଇଁ ସଚେତନ ରୁହନ୍ତୁ , ରାଜ୍ଯ ସରକାର ଏବେ ଓଡ଼ିଶା ବାସିଙ୍କର ଆସ୍ଥାଭାଜନ ହୋଇ ଆଉ ରହିନାହାନ୍ତି

    suresh Khuntia

    Jun 8, 2018

    ଦେଶ ବିଦେଶ View all

    Find Us on Facebook