Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ମହିଳା ଏସିଆ କପ୍ ଟ୍ୱେଂଟି-୨୦: ଭାରତକୁ ୭ ୱିକେଟରେ ହରାଇଲା ବାଂଲାଦେଶ

    Share on :
    Date: Jun 7, 2018    Views: 43

    କୁଆଲା ଲୁମ୍ପୁର: ଫର୍ଜାନା ହକଙ୍କ ଅର୍ଦ୍ଧଶତକ ଓ ରୁମାନା ଅହମ୍ମଦଙ୍କ ଅଲରାଉଣ୍ଡ ସଫଳତା ବଳରେ ଏଠାରେ ବୁଧବାର ଖେଳା ଯାଇଥିବା ମହିଳା ଏସିଆ କପ୍ ଟ୍ୱେଂଟି ୨୦ କ୍ରିକେଟ ଟୁର୍ଣ୍ଣାମେଂଟର ଏକ ମ୍ୟାଚରେ ଶକ୍ତିଶାଳୀ ଭାରତକୁ ୭ ୱିକେଟରେ ବାଂଲାଦେଶ ପରାସ୍ତ କରିଛି । ଟସ୍ ଜିତି ପ୍ରଥମେ ବ୍ୟାଟଂକରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୭ୱକେଟରେ ୧୪୧ ରନ କରିଥିଲେ । ଜବାବରେ ବାଂଲାଦେଶ ୧୯.୪ ଓଭରରରେ ୩ ୱିକେଟ ହରାଇ ବିଜୟୀ ହୋଇଥିଲା । ଏହା ଟ୍ୱେଂଟି ୨୦ କ୍ରିକେଟରେ ଭାରତ ବପକ୍ଷରେ ବାଂଲଦେଶ ମହିଳା ଦଳର ସର୍ବପ୍ରଥମ ବିଜୟ ଗୁରୁବାର ଭାରତ ପରବର୍ତୀ ମ୍ୟାଚରେ ଶ୍ରୀଲଙ୍କାକୁ ଭେଟିବ ।
    କ୍ରମାଗତ ୨ଟି ମ୍ୟାଚ୍ ଜିତିଥିବା ଭାରତ ଏହି ମ୍ୟାଚରେ ଫେଭରିଟ ମାନ୍ୟତା ସହ ପଡ଼ିଆକୁ ଓହ୍ଲାଇଥିଲା । ଭାରତ ଟସ୍ ଜିତି ବ୍ୟାଟିଂ ନେଇଥିଲା । ତେବେ ୨୬ ରନ ମଧ୍ୟରେ ଦଳ ଦୁଇ ଓପନର ମିତାଲି ରାଜ୍ (୧୫) ଓ ସ୍ମୃତି ମାନ୍ଧାନାଙ୍କ (୨) ୱିକେଟ ହରାଇଥିଲା । ମଧ୍ୟକ୍ରମରେ ପୂଜା ବସ୍ତ୍ରକାର ୨୦, ଅଧିନାୟିକା ହରମନପ୍ରୀତ କୌର ୪୨, ଦିପ୍ତ ଶର୍ମା ୩୨ ରନ୍ କରିବାରୁ ଭାରତ ୨୦ ଓଭରରେ ୭ ୱିକେଟରେ ୧୪୧ରନ କରିଥିଲା । ବାଂଲଦେଶର ରୁମାନା ଅହମ୍ମଦ ୨୧ ରନରେ ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ଭାରତର ୩ ଜଣ ରନଆଉଟ ହୋଇଥିଲେ ।

    Maximum 500 characters

    ଖେଳ ଖବର View all

    Find Us on Facebook