Jun 21, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ୧୬ରୁ ଶିମିଳିପାଳ ବନ୍ଦ

    Share on :
    Date: Jun 7, 2018    Views: 103

    ବରିପଦା: ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ଜୈବମଣ୍ଡଳ ଅଭୟାରଣ୍ୟ ପର୍ଯ୍ୟଟକଙ୍କ ପରିଦର୍ଶନ ପାଇଁ ବର୍ଷା ଋତୁ ସକାଶେ ଆଗମୀ ୧୬ ତାରିଖଠାରୁ ବନ୍ଦ ରହିବ ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସଠିକଭାବେ ପୁଣି କେବେଠାରୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଖୋଲାଯିବ ତାହା ସ୍ଥିର ହୋଇ ନ ଥିଲେ ସୁଦ୍ଧା ସାଧାରଣତଃ ସାଢେ଼ ୪ ମାସ ପାଇଁ ପ୍ରତିବର୍ଷ ଶିମିଳିପାଳ ବନ୍ଦ ରହିଥାଏ । ତଥାପି ପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ନଭେମ୍ବର ପ୍ରଥମ ସପ୍ତାହରେ ଖୋଲାଯିବାର ସମ୍ଭାବନା ରହିଛି । ସାଧାରଣତଃ ମୌସୁମୀ ବର୍ଷା ଯୋଗୁଁ ଶିମିଳିପାଳରେ ଗମନାଗମନ ପଥ ନଷ୍ଟ ହୋଇ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିବାରୁ ଶିମିଳିପାଳ ମଧ୍ୟକୁ ପ୍ରବେଶ ପାଇଁ ଅନୁମତି ବନ୍ଦ କରାଯାଇଥାଏ ।
    ଶିମିଳିପାଳକୁ ଯିବା ସକାଶେ ଦୁଇଟି ପ୍ରବେଶ ପଥ ମଧ୍ୟରେ ଯଶିପୁର ପଟେ କାଳିଆଣି ତନଖୀ ଫାଟକ ଏବଂ ବାରିପଦାରୁ ଲୁଲୁଙ୍ଗ ପଟେ ପିଠାବଟା ଫାଟକ ଦେଇ ପର୍ଯ୍ୟଟକମାନଙ୍କୁ ଶିମିଳିପାଳ ପରିଦର୍ଶନ ସକାଶେ ଅନୁମତି ଦିଆଯାଇଥାଏ । ଶିମିଳିପାଳର ପର୍ଯ୍ୟଟକ ବର୍ଷଭାବେ ନଭେମ୍ବର ୧୬ ତାରିଖରୁ ଜୁନ୍ ୧୫ ତାରିଖ ପର୍ଯ୍ୟନ୍ତ ନିଆଯାଇଥାଏ । କାରଣ ସାଧାରଣତଃ ଶିମିଳିପାଳ ପରିଦର୍ଶନ ସକାଶେ ଏହି ସାଢେ଼ ୭ ମାସ ପାଇଁ ପର୍ଯ୍ୟଟକମାନଙ୍କୁ ଅନୁମତି ମିଳିଥାଏ ଏବଂ ତୁଳନାତ୍ମକଭାବେ ସେଥିମଧ୍ୟରୁ ନଭେମ୍ବର ଡ଼ିସେମ୍ବର ଓ ଜାନୁଆରୀ ତିନି ମାସରେ ପର୍ଯ୍ୟଟକ ସଂଖ୍ୟା ସର୍ବାଧିକ ରହିଥାଏ ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook