Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଆମ ଗାଁ ଆମ ବିକାଶ: ୪ଟି ବ୍ଲକକୁ ୩୨.୬୦ କୋଟି ମଂଜୁର

    Share on :
    Date: Jun 7, 2018    Views: 565

    ଭୁବନେଶ୍ୱର : ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବରଗଡ଼ ଜିଲ୍ଲା ଭେଡେନ ବ୍ଲକ, କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ, ବାଲେଶ୍ୱର ଜିଲ୍ଲାର ରେମୁଣା ବ୍ଲକ ଓ ଯାଜପୁର ଜିଲ୍ଲାର ଦାନଗଦି ବ୍ଲକର ଜନସାଧାରଣଙ୍କ ସହିତ ଆଲୋଚନା କରି ସେମାନଙ୍କ ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକୁ ମଂଜୁର କରିଛନ୍ତି । 

    ମୁଖ୍ୟମନ୍ତ୍ରୀ ଭେଡେନ ବ୍ଲକର ୨୧ଟି ପଂଚାୟତ ପାଇଁ ୫.୨୫ କୋଟି ଟଙ୍କାରେ ୧୬୪ଟି ପ୍ରକଳ୍ପ, ଆଳି ବ୍ଲକର ୩୪ଟି ପଂଚାୟତ ପାଇଁ ୮.୧୧ କୋଟି ଟଙ୍କାରେ ୩୯୮୯ଟି ପ୍ରକଳ୍ପ, ରେମୁଣା ବ୍ଲକର ୩୬ଟି ପଂଚାୟତ ପାଇଁ ୧୧.୨୦ କୋଟି ଟଙ୍କାରେ ୪୬୮ଟି ପ୍ରକଳ୍ପ ଓ ଦାନଗଦି ବ୍ଲକର ୨୩ଟି ପଂଚାୟତ ପାଇଁ ୮.୦୪ କୋଟି ଟଙ୍କାରେ ୧୬୩ଟି ପ୍ରକଳ୍ପ ମଂଜୁର କରିଛନ୍ତି । ଏହିପରି ସମୁଦାୟ ୪ଟି ବ୍ଲକର ୧୧୪ଟି ପଂଚାୟତ ପାଇଁ ମୁଖ୍ୟମନ୍ତ୍ରୀ ୩୨.୬୦ କୋଟି ଟଙ୍କାରେ ୧୧୯୩ଟି ପ୍ରକଳ୍ପ ମଂଜୁର କରିଛନ୍ତି । 

    ଏହି କାର୍ଯ୍ୟକ୍ରମରେ ଅବସରରେ  ଜନସାଧାର ଓ ପ୍ରତିନିଧିଙ୍କ ସହିତ ଆଲୋଚନା କରି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଏହି ପ୍ରକଳ୍ପଗୁଡ଼ିକୁ ମିଳିମିଶି ଶୀଘ୍ର ସଂପୂର୍ଣ୍ଣ କରିବା ପାଇଁ ପରାମର୍ଶ ଦେଇଥିଲେ । ପ୍ରକଳ୍ପଗୁଡ଼ିକ ପାଇଁ ପଂଚାୟତ ପ୍ରତିନିଧି ଓ ଜନସାଧାରଣ ସେମାନଙ୍କର ଖୁସି ବ୍ୟକ୍ତ କରି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ, ପଂଚାତିରାଜ ସଚିବ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । 

    Read more

    ‘ଆମ ଗାଁ ଆମ ବିକାଶ’ରେ ମଂଜୁର ହେଲାଣି ୧୨୩୪.୩୪ କୋଟି

    ଭୁବନେଶ୍ୱର: ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୬ଟି ଜିଲ୍ଲାର ୭ଟି ବ୍ଲକ ପାଇଁ ୩୩.୩୦ କୋଟି ଟଙ୍କାର ପ୍ରକଳ୍ପ ମଂଜୁର କରିଛନ୍ତି । ଏହି ବ୍ଲକଗୁଡ଼ିକ ହେଲା ନୟାଗଡ଼ ଜିଲ୍ଲାର ରଣପୁର, ଯାଜପୁର ଜିଲ୍ଲାର ବରି, ମାଲକାନଗିରି ଜିଲ୍ଲାର ...

    Read more

    ୧୦୨ ପଂଚାୟତ ପାଇଁ ୧୭.୫୮ କୋଟି ମଂଜୁର

    ଭୁବନେଶ୍ୱର: ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬ଟି ଜିଲ୍ଲାର ୬ଟି ବ୍ଲକ ପାଇଁ ୧୭.୫୮ କୋଟି ଟଙ୍କାର ପ୍ରକଳ୍ପ ମଂଜୁର କରିଛନ୍ତି । ଏହି ବ୍ଲକଗୁଡ଼ିକ ହେଲା କଳାହାଣ୍ଡି ଜିଲ୍ଲାର ଲାଂଜିଗଡ଼, ବଲାଙ୍ଗୀର ଜିଲ୍ଲାର ତୁରେଇକେଲା, ସମ୍ବଲପୁର ...

    Read more

    ୧୦୧ ବ୍ଲକରେ ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ

    ଭୁବନେଶ୍ୱର : ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ ଆଜି ୧୦୧ଟି ବ୍ଲକରେ ପହଁଚିଛି । ମାର୍ଚ୍ଚ ୫ ବିଜୁବାବୁଙ୍କ ଜୟନ୍ତୀରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ୨୧,୯୬୦ଟି ପ୍ରକଳ୍ପ ପାଇଁ ମୋଟ ୫୪୭ କୋଟି ୭୪ଲକ୍ଷ ୧୫ ହଜାର ୪୦୦ ଟଙ୍କା ମୁଖ୍ୟମନ୍ତ୍ରୀ ମଂଜୁର କରିଛନ୍ତି । ...

    Maximum 500 characters

    ତାଜା ଖବର View all

    Find Us on Facebook