Jun 21, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ପ୍ରଣବ ମୁଖାର୍ଜୀଙ୍କୁ ବିରୋଧ କଲେ ଝିଅ ଶର୍ମିଷ୍ଠା

    Share on :
    Date: Jun 7, 2018    Views: 2609

    ନୂଆଦିଲ୍ଲୀ : ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର କାର୍ଯ୍ୟକ୍ରମରେ ଆଜି ଯୋଗଦେବେ  ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ  । ତେବେ ସଂଘର କାର୍ଯ୍ୟକ୍ରମରେ ତାଙ୍କର ଯୋଗଦାନକୁ ନେଇ ବହୁ ବରିଷ୍ଠ କଂଗ୍ରେସ ନେତା ଅସନ୍ତୋଷ ପ୍ରକାଶ କରିଥିବାବେଳେ ତାଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀ ମଧ୍ୟ ଏହାକୁ ବିରୋଧ କରିଛନ୍ତି  ।

    ଶର୍ମିଷ୍ଠା ଟ୍ୱିଟ ମାଧ୍ୟମରେ ପିତାଙ୍କୁ ସମାଲୋଚନା କରିବାକୁ ପଛାଇନାହାନ୍ତି  । ଶର୍ମିଷ୍ଠା କହିଛନ୍ତିଯେ, ଏହାର ପରିଣାମ କ’ଣ ହେବ ତାହା ବାପା ବୁଝିପାରୁନାହାନ୍ତି  । ଆରଏସଏସ କାର୍ଯ୍ୟକ୍ରମରେ ସେ କ’ଣ ଭାଷଣ ଦେବେ ତାହା ସମସ୍ତେ ଭୁଲିଯିବେ  । କିନ୍ତୁ ଏହି କାର୍ଯ୍ୟକ୍ରମର ଭିଡ଼ିଓ ସବୁଦିନ ପାଇଁ ରହିଯିବ  । ଆରଏସଏସ ଏବଂ ବିଜେପି ଏହି ଭିଡିଓକୁ କଦର୍ଥ କରି ନିଜକୁ ସୁହାଇବା ଭଳି ଢଙ୍ଗରେ ଉପସ୍ଥାପିତ କରିବେ  । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଣବ ବିଜେପି ଓ ସଂଘ ପରିବାରକୁ ମିଥ୍ୟା କଥା ପ୍ରଚାର କରିବା ଲାଗି ସୁଯୋଗ ଦେଇଛନ୍ତି  । ଯାହା ଆଜିର ଗୁଜବରୁ ପ୍ରମାଣିତ ହୋଇଯାଇଛି  । ସେ କହିଛନ୍ତିଯେ, ମୁଁ କଂଗ୍ରେସ ଛାଡ଼ି ବିଜେପିରେ ଯୋଗଦେବି ବୋଲି ଗୁଜବ ପ୍ରଚାରିତ ହେଉଛି  । ଏଥିରେ ସଂଘ ପରିବାରର ହାତ ରହିଛି  । ସେ ରାଜନୀତି ଛାଡ଼ିଦେବେ ପଛେ କଂଗ୍ରେସ ଛାଡ଼ିବେ ନାହିଁ ବୋଲି ଶର୍ମିଷ୍ଠା ସ୍ପଷ୍ଟ କରିଛନ୍ତି  ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook