Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅର୍ଥନୀତି

ମୁଖ୍ୟ ଖବର

    ମୋଦି ସରକାରଙ୍କ ଅମଳରେ ପ୍ରଥମ ଥର ବଢ଼ିଲା ରେପୋ ହାର

    Share on :
    Date: Jun 6, 2018    Views: 121

    ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଅମଳରେ ପ୍ରଥମ ଥର ପାଇଁ ଆରବିଆଇ ରେପୋ ହାର ବୃଦ୍ଧି କରିଛନ୍ତି  । ରେପୋ ହାର ୨୫ ପଏଂଟ ବୃଦ୍ଧି ପାଇ ୬.୨୫ ପଏଂଟ ହୋଇଛି  । ଆରବିଆଇ ମୁଦ୍ରା ନୀତି କମିଟିର ସମସ୍ତ ସଭ୍ୟ ରେପୋ ହାର ବୃଦ୍ଧି ସପକ୍ଷରେ ଭୋଟ୍ ଦେଇଥିଲେ  । ଫଳରେ ଆରବିଆଇ ଗଭର୍ଣ୍ଣର ଉର୍ଜିତ ପଟେଲଙ୍କ ଅଧ୍ୟକ୍ଷତାରେ ଛଅ ଜଣିଆ ମୁଦ୍ରା ନୀତି କମିଟି ରେପୋ ହାର ବୃଦ୍ଧି କରିବା ପାଇଁ ନିଷ୍ପତି ନେଇଥିଲେ  । ୨୦୧୬ ଜୁନ୍ରେ ପ୍ରଥମ ଥର ପାଇଁ ଏଭଳି କମିଟି ଗଠନ କରାଯାଇଥିଲା  ।  ଶେଷ ଥର ପାଇଁ ୨୦୧୪ ଜାନୁଆରୀରେ ରେପୋ ହାର ବୃଦ୍ଧି ପାଇଥିଲା  । ସେତେବେଳେ ମନମୋହନ ସିଂହ ପ୍ରଧାନମନ୍ତ୍ରୀ ଥିଲେ  ।

    ରେପୋ ହାର ବୃଦ୍ଧି ଯୋଗୁଁ ସୁଧ ହାର ବୃଦ୍ଧି ପାଇବ  । ଗୃହ, କାର ବା ବ୍ୟକ୍ତିଗତ ଋଣ ନେଇଥିବା ବ୍ୟକ୍ତିଙ୍କ ଉପରେ ସୁଧ ଚାପ ବୃଦ୍ଧି ପାଇବ  । 

    Maximum 500 characters

    ଅର୍ଥନୀତି View all

    Find Us on Facebook