Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଭାରତର ଧନୀ ଖେଳାଳୀ ବିରାଟ କୋହଲି

    Share on :
    Date: Jun 6, 2018    Views: 79

    ନୂଆଦିଲ୍ଲୀ : ଭାରତର ସବୁଠାରୁ ଧନୀ ଖେଳାଳୀ ହେଉଛନ୍ତି ବିରାଟ କୋହଲି  । ଫୋବର୍ସ ତାଲିକାରେ ବିଶ୍ୱରେ ସେ ୮୩ତମ ସ୍ଥାନରେ ରହିଛନ୍ତି  । ତାଙ୍କର ବାର୍ଷିକ ଆୟ ୨୪ ନିୟୂତ ଡଲାର ବା ୧୬୦ କୋଟି ରହିଛି  । ଗତ ବର୍ଷକ ମଧ୍ୟରେ ସେ ଏହି ଅର୍ଥ ରୋଜଗାର କରିଛନ୍ତି  । ଦରମା ବାବଦରେ ସେ ୪ ନିୟୁତ ଡଲାର ପାଇଥିବାବେଳେ ବିଭିନ୍ନ ବ୍ରାଣ୍ଡର ବିଜ୍ଞାପନ ବାବଦରେ ୨୦ ନିୟୁତ ଡଲାର ଉପାର୍ଜନ କରିଛନ୍ତି  । ତେବେ ବିଶ୍ୱର ସବୁଠାରୁ ଧନୀ ଖେଳାଳୀ ଭାବେ ବିବେଚିତ ହୋଇଛନ୍ତି ଆମେରିକାର ମେୱେଦର  । ତାଙ୍କ ଆୟ ବିରାଟଙ୍କ ଠାରୁ ଦଶଗୁଣା ଅଧିକ  । ଗତ ସାତ ବର୍ଷ ମଧ୍ୟରେ ସେ ୪ ଥର ବିଶ୍ୱର ସବୁଠୁ ଧନୀ ଖେଳାଳୀ ଭାବେ ପରିଗଣିତ ହୋଇଛନ୍ତି  । ସେହିପରି ଫୁଟବଲ ତାରକା କ୍ରିଷ୍ଟିଆନେ ରୋନାଲ୍ଡୋ, ମେସି, ବକ୍ସର ମ୍ୟାକ୍ ଗ୍ରେଗର, ନେମାର ପ୍ରଥମ ୫ଟି ସ୍ଥାନରେ ରହିଛନ୍ତି  ।

    Maximum 500 characters

    ଖେଳ ଖବର View all

    Find Us on Facebook