Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଚାବି ହଜିବା ପ୍ରସଙ୍ଗ: ଜଷ୍ଟିସ ରଘୁବୀର ଦାଶ ତଦନ୍ତ କମିଶନ ଅଧ୍ୟକ୍ଷ, ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

    Share on :
    Date: Jun 6, 2018    Views: 527

    ଭୁବନେଶ୍ୱର : ରନô ଭଣ୍ଡାର ଚାବି ହଜିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଚାର ବିଭାଗୀୟ ତଦନ୍ତ ନିଦେ୍ର୍ଧଶ ଦେବା ପରେ ଆଜି ଜଷ୍ଟିସ ରଘୁବୀର ଦାଶଙ୍କୁ ତଦନ୍ତ କମିଶନ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ଜଷ୍ଟିସ ଦାଶ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି । ଚାବି ପ୍ରକୃତରେ ହଜିଛି, ନା କାହାପାଖରେ ରହିଛି, ଯଦି ହଜିଛି ତେବେ କେଉଁ ପରିସ୍ଥିତିରେ ଚାବି ହଜିଛି ଏସବୁର ତଦନ୍ତ କରିବେ ଜଷ୍ଟିସ ଦାଶ । ଅପରପକ୍ଷରେ ଚାବି ହଜିବା ପ୍ରସଙ୍ଗ ନେଇ ଆଜି ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । ଏହି ଘଟଣାରେ ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟରେ ଏହି ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । ଏହି ଜନସ୍ୱାର୍ଥ ମାମଲାରେ ସିବିଆଇ, ରାଜ୍ୟ ସରକାର, କେନ୍ଦ୍ର ସରକାର, ରିଜର୍ଭ ବ୍ୟାାଙ୍କ ଅଫ ଇଣ୍ଡିଆଙ୍କୁ ପକ୍ଷଭୁକ୍ତ କରାଯାଇଛି । ଏଥିସହିତ ରତ୍ନଭଣ୍ଡାର ଯାଂଚ ପାଇଁ ଏକ ସ୍ୱତନ୍ତ୍ର କମିଟି ଗଠନ କରିବାକୁ ମଧ୍ୟ ମାମଲାରେ ଦାବି କରାଯାଇଛି । 

    ସୂଚନାଯୋଗ୍ୟ, ରତ୍ନଭଣ୍ଡାର ଚାବି ହଜି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଚାର ବିଭାଗୀୟ ତଦନ୍ତ କମିଶନ ନିଦେ୍ର୍ଧଶ ଦେଇଥିଲେ । ରନôଭଣ୍ଡାର ଚାବି ହଜିବା ପ୍ରସଙ୍ଗକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା  । ଏହାକୁ ଆଖିଆଗରେ ରଖି ହାଇକୋର୍ଟର ଜଣେ ପୂର୍ବତନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ତଦନ୍ତ କମିଶନ ଗଠନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତି ନେଇଛନ୍ତି  । ତିନି ମାସ ମଧ୍ୟରେ କମିଟି ରିପୋର୍ଟ ପ୍ରଦାନ କରିବ  । ରନô ଭଣ୍ଡାର ଚାବି ଗାଏବ ! କିଏ ହଜେଇ ଦେଇଛି ନା କିଏ ନେଇଯାଇଛି ? ଯଦି ହଜି ଯାଇଛି ଗତ ୪୦ ବର୍ଷ ଧରି ଶ୍ରୀମନ୍ଦିର ପ୍ରଶାସନ କରୁଥିଲା କ’ଣ ? ସତରେ ଯତି ଚୋର ଚାବି ନେଇଯାଇଛି ତେବେ ସେ ରନôଭଣ୍ଡାରରୁ ରନô ଗାଏବ କରିନେଇନି ତ ? ଏଭଳି ଅନେକ ଅନୁତରିତ ପ୍ରଶ୍ନ ଭକ୍ତଙ୍କ ମଧ୍ୟରେ ଉଙ୍କି ମାରିଛି  । ଏହାକୁ ନେଇ ପୁରୀ ଶଙ୍କରାଚାର୍ଯ୍ୟଙ୍କ ଠାରୁ ନେଇ ଗଜପତି ମହାରାଜାଙ୍କ ପର୍ଯ୍ୟନ୍ତ ସମସ୍ତେ ଉଦବେଗ ପ୍ରକାଶ କରିଛନ୍ତି  । ରାଜନୈତିକ ବୟାନବାଜି ମଧ୍ୟ ଆରମ୍ଭ ହୋଇଯାଇଛି  । ସରକାରଙ୍କ ଦାୟିତ୍ୱହୀନତାକୁ ନେଇ ପ୍ରଶ୍ନ ବି ଉଠିଛି  । ଏଭଳି ଏକ ସଂଗୀନ ପ୍ରସଙ୍ଗରେ ଠୋସ୍ ପଦକ୍ଷେପ ଗ୍ରହଣ କରିବା ପାଇଁ ସରକାର ମଧ୍ୟ ମାନସମନ୍ଥନ ଆରମ୍ଭ କରିଦେଇଛନ୍ତି  । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook