Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ପଥର ତଳେ ୭ଦିନ: ବ୍ଲାଷ୍ଟିଂ କରାଯାଇ ହେବ ଉଦ୍ଧାରକାର୍ଯ୍ୟ

    Share on :
    Date: Jun 6, 2018    Views: 51

    କୋରାପୁଟ: ଦୀର୍ଘ ୭ ଦିନ ପରେ ବୋରିପୁଟ ପାହାଡ଼ରୁ ପଥର ଧସି ଚାପି ହୋଇରହିଥିବା ଦୁଇଜଣ ଯୁବକଙ୍କ ସମେତ ଜେସିବି ଗାଡ଼ିକୁ ଉଦ୍ଧାର କରାଯାଇପାରିନାହିଁ । ଅଗ୍ନିଶମ ବିଭାଗ, ଓଡ୍ରାଫ, ଏନ୍ଡିଆରଏଫ ଓ ପ୍ରଶାସନ ଫେଲ ମାରିବା ପରେ ସେନାବାହିନୀର ସହାୟତା ଲୋଡ଼ାଯାଇଥିଲା । ଆଜି ୭ମ ଦିନରେ ରାଂଚିରୁ ଏକ ଆର୍ମି ଟିମ ଘଟଣାସ୍ଥଳରେ ପହଁଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ରାଣୀଗଡ଼ ପଂଚାୟତରେ ସକାଳେ ଜିଲ୍ଲାପାଳ, ଏସପିଙ୍କ ସମେତ ପଥର ତଳେ ଚାପି ହୋଇଯାଇଥିବା ଦୁଇ ଯୁବକଙ୍କ ପରିବାର ସହିତ ଆଲୋଚନା କରାଯାଇଥିଲା । ଶେଷରେ ପଥର ବ୍ଲାଷ୍ଟିଂ କରାଯାଇ ଉଦ୍ଧାର କାର୍ଯ୍ୟ କରାଯିବ ବୋଲି ନିଷ୍ପତି ନିଆଯାଇଥିବା ଜଣାପଡ଼ିଛି । ଫଳରେ ଘଟଣାସ୍ଥଳର ୧ କିମି ପରିସର ମଧ୍ୟରେ ଜନସାଧାରଣଙ୍କ ଗତାଗତ ଓ ପଶୁପକ୍ଷୀଙ୍କ ଯିବାଆସିବା ଉପରେ କଟକଣା ଜାରି କରାଯାଇଛି । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଇକ ଲଗାଇ ସଚେତନ କରାଯାଉଛି । ପଥର ବ୍ଲାଷ୍ଟିଂ କରାଯାଇ ଉଦ୍ଧାର କରାଯିବାକୁ ମଧ୍ୟ ଦୁଇ ପରିବାର ସହମତି ହୋଇଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook